ପ୍ରଚୁର ଟଙ୍କା କମାଇବା ଲୋଭରେ ମା’ ଓ ଶିଶୁଙ୍କ ଜୀବନ ସହ ଖେଳୁଛି ଡାକ୍ତରଖାନା ! ଅନାବଶ୍ୟକ ପରିସ୍ଥିତିରେ ମଧ୍ୟ ସିଜରିଆନ୍ ଡେଲିଭରି କରି ଲୁଟିନେଉଛି ଟଙ୍କା ।

1,965

ବର୍ଷେ ମଧ୍ୟରେ ଭାରତରେ ବେସରକାରୀ ଡାକ୍ତରଖାନାରେ ହୋଇଥିବା ୭୦ ଲକ୍ଷ ପ୍ରସବରୁ ୯ ଲକ୍ଷ ପ୍ରସବ ପୂର୍ବ ଯୋଜନା ତଥା ସୂଚନା ନ ଦିଆଯାଇ ସିଜରିଆନ୍ ପ୍ରକ୍ରିୟାରେ କରାଯାଇଛି । ଯାହାକୁ ଚାହିଁଲେ ଡାକ୍ତର ରୋକି ପାରିଥାନ୍ତେ ଏବଂ ପ୍ରସବ ନର୍ମାଲ୍ ହୋଇପାରିଥାନ୍ତା । କିନ୍ତୁ ମା ଏବଂ ଶିଶୁର ଜୀବନ ଆଗରେ ଡାକ୍ତରଙ୍କୁ ଅଧିକ ଟଙ୍କାର ଲୋଭ ରହିଥିଲା । ଅଧିକ ଟଙ୍କା କମାଇବା ପାଇଁ ବେସରକାରୀ ଡାକ୍ତରଖାନାରେ ଡାକ୍ତର ନର୍ମାଲ ଡେଲିଭରି ଅପେକ୍ଷା ସିଜରିଆନ୍ ଡେଲିଭରି କରିଥାନ୍ତି ।

ଭାରତୀୟ ପ୍ରବନ୍ଧନ ସଂସ୍ଥା ଅହମ୍ମଦାବାଦ ଆଇଆଇଏମ୍ –ଏ ତରଫରୁ ଏକ ଅଧ୍ୟୟନରେ କୁହାଯାଇଛି ଯେ, ଡାକ୍ତରଙ୍କ ଏଭଳି ଚିକିତ୍ସା ଦ୍ୱାରା ନା କେବଳ ଲୋକଙ୍କ ପକେଟ୍ ଖାଲି ହୁଏ ମା’ ସ୍ତନ୍ୟପାନ କରିବାରେ ମଧ୍ୟ ଅମଙ୍ଗ ହୁଏ । ନବଜାତ ଶିଶୁର ଓଜନ ହ୍ରାସ ପାଏ,ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଉପୁଜେ । ଅଧ୍ୟୟନ ମୁତାବକ ଯେଉଁ ମହିଳା ପ୍ରସବ ପାଇଁ ବେସରକାରୀ ଡାକ୍ତରଖାନାର ଚୟନ କରନ୍ତି ସେମାନଙ୍କୁ ଏଠାରେ କହିରଖୁଛୁ କି ସରକାରୀ ଡାକ୍ତରଖାନା ତୁଳନାରେ ବେସରକାରୀ ସଂସ୍ଥାରେ ପୂର୍ବ ଯୋଜନା ତଥା କୌଣସି ସୁଚନା ନଦେଇ ସିଜରିଆନ୍ ପ୍ରକ୍ରିୟାରେ ଡେଲିଭରୀ କରାଯାଏ । ଭାରତରେ ୪୦.୯ ପ୍ରତିଶତ ପ୍ରସବ ସିଜରିଆନ୍ ପ୍ରକ୍ରିୟାରେ ବେସରକାରୀ ଡାକ୍ତରଖାନାରେ ହୋଇଥାଏ । ତେବେ ସର୍ଭେରୁ ଏହା ପଛର କାରଣ ପ୍ରଚୁର ଟଙ୍କା କମାଇବା କମାଇବା ବୋଲି ଜଣାପଡିଛି । ନର୍ମାଲ୍ ଡେଲିଭରିରେ ଯେଉଁଠି ୧୦,୮୧୪ ଟଙ୍କା ଖର୍ଚ୍ଚ ହୁଏ ସିଜରିଆନ୍ ରେ ୨୩,୯୭୮ ଟଙ୍କା ଖର୍ଚ୍ଚ ହୁଏ ।

ଅଧ୍ୟୟନରୁ ଏହା ମଧ୍ୟ ଜାଣିବାକୁ ମିଳିଛି ଯେ ସିଜରିଆନ୍ ପଦ୍ଧତିରେ ଛୁଆ ଜନ୍ମ ହେଲେ ମାତୃ ଏବଂ ଶିଶୁ ମୃତ୍ୟୁ ଦର ଏବଂ ରୋଗରୁ ବଚିଂପାରିବେ । କିନ୍ତୁ ଅନାବଶ୍ୟକ ମୁହୂର୍ତ୍ତରେ ଏଭଳି ପ୍ରକ୍ରିୟାକୁ ଆପଣାଇଲେ ଏହାର ଓଲଟା ପ୍ରଭାବ ମା’ପିଲା ଉପରେ ପଡିଥାଏ ।