ଫ୍ରୁଟ୍ ଜୁସ୍ ଶିଶୁଙ୍କ ପାଇଁ ନୁହେଁ ହିତକାରୀ : ବିଶେଷଜ୍ଞଙ୍କ ଦାବି

163

ଜୁସ୍ ଆମ ଶରୀର ପାଇଁ ବେଶ୍ ଉପକାରୀ । ଶିଶୁ ହୁଅନ୍ତୁ ବା ବୟସ୍କ ସମସ୍ତଙ୍କ ସ୍ୱାସ୍ଥ୍ୟ ପାଇଁ ଜୁସ ଖୁବ ଉପକାରୀ । ଜୁସ ପିଇବା ପାଇଁ ସମସ୍ତେ ପସନ୍ଦ କରନ୍ତି । କିନ୍ତୁ ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ ଫ୍ରୁଟ ଜୁସ ଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଲଣ୍ଡନର ହାବାର୍ଡ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏକ ରିସର୍ଚ ଆଧାରରେ କହିଛନ୍ତି ଯେ ଯେଉଁ ଶିଶୁମାନେ ଫ୍ରୁଟ ଜୁସ ପିଉଛନ୍ତି ସେମାନଙ୍କଠାରେ ଶ୍ୱାସ ରୋଗ ହେବାର ସମ୍ଭାବନା ଅଧିକ ଥାଏ । ଏହାସହ ଗବେଷଣାରୁ ଜଣାପଡିଛି ଯେ ବର୍ଭଧାରଣ ସମୟରେ ମହିଳାମାନେ ଯଦି ସୋଢା ଯୁକ୍ତ ଡ୍ରିଙ୍କ କିମ୍ବା ଅଧିକ ସୁଗାର ଥିବା ଫ୍ରୁଟ ଜୁସ ପିଅନ୍ତି ତେବେ ତାଙ୍କର ଶିଶୁକୁ ଶ୍ୱାସ ରୋଗ ହେବାର ଅଶଙ୍କା ଅଧିକ ଥାଏ ।

ଗବେଷକମାନେ ୧୦୦୦ ଯୋଡା ମା-ଶିଶୁଙ୍କୁ ନେଇ ଶ୍ୱାସ ରୋଗ ରୋଗ ଉପରେ ଗବେଷଣା କରିଥିଲେ । ଗବେଷଣାରୁ ଜଣାପଡିଥିଲା ଯେ ଯେଉଁ ଶିଶୁ ନିୟମିତ ଭାବେ ଫ୍ରୁଟ ଜୁସ ପିଅନ୍ତି ସେମାନଙ୍କଠାରେ ୭୯ ପ୍ରତିଶତରୁ ଅଧିକ ଶ୍ୱାସ ରୋଗହେବାର ସମ୍ଭାବନା ରହିଥାଏ । ଏହାସହ ଯେଉଁ ମହିଳାମାନେ ଗର୍ଭବତୀ ହେବା ସମୟରେ ଅଧିକ ମାତ୍ରାରେ ସୋଢା ଯୁକ୍ତ ଡ୍ରିଙ୍କ କିମ୍ବା ଫ୍ରୁଟ ଜୁସ ପିଇଥିଲେ ସେମାନଙ୍କ ଶିଶୁଙ୍କଠାରେ ୭୦ ପ୍ରତିଶତ ଅଧିକ ଶ୍ୱାସ ରୋଗହେବାର ଆଶଙ୍କା ଦେଖାଯାଇଥିଲା ।

ବିଶେଷଜ୍ଞଙ୍କ ମତରେ ଶିଶୁଙ୍କ ସ୍ୱାସ୍ଥ୍ୟ ପାଇଁ ଏହା ହାନିକାରକ ହେବା ସହ ମହିଳାମାନେ ଗର୍ଭଧାରଣ ସମୟରେ ଏପରି ଡ୍ରିଙ୍କଠାରୁ ଦୂରେଇ ରହିବା ଆବସ୍ୟକ । କିନ୍ତୁ ଆନାଲସ ଅଫ ଦ ଆମେରିକା ଥୋରାସିକ ସୋସାଇଟିରେ ପ୍ରକାଶ ପାଇଥିବା ଅଧ୍ୟୟନରେ ଏହା କୁହାଯାଇଛି ଯେ ଏହି ଗବେଷଣାର ସଠିକ ପ୍ରମାଣ ନାହିଁ । ଗବେଷଣାକାରୀ କେବଳ ମହିଳାମାନଙ୍କର ସ୍ମରଣ ଶକ୍ତି ଅନୁସାରେ ଗବେଷଣା କରିଛନ୍ତି । ଗବେଷକମାନେ ନିଜେ ଏହାକୁ ପରୀକ୍ଷା କରିନାହାଁନ୍ତି ।