ବିଜେଡି – ବିଜେପି ଛାୟା ଯୁଦ୍ଧ ! ଛାତ୍ର ନିର୍ବାଚନରେ ହେଉଛି ପତିଆରାର ଲଢେଇ

39

vlcsnap-2017-09-16-20h13m26s276କନକ ବ୍ୟୁରୋ : ଛାତ୍ର ନିର୍ବାଚନ ପାଇଁ ନାମାଙ୍କନ ସହ ସାରା ରାଜ୍ୟରେ ସରଗରମ ହୋଇଛି କଲେଜ କ୍ୟାମ୍ପସ । ପଟୁଆରରେ ଆସି ପତିଆରା ପ୍ରଦର୍ଶନ କରିଛନ୍ତି ଛାତ୍ର ନେତା । ଲିଙ୍ଗଡୋ କମିଶନଙ୍କ ନିୟମକୁ ଉଲଂଘନ କରି ଯେଉଁ ବ୍ୟୟବହୁଳ କ୍ୟାମ୍ପେନିଂ ଦେଖିବାକୁ ମିଳୁଛି, ତାକୁ ନେଇ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି କଲେଜ ପିଲାଙ୍କ ପଛରେ କିଏ? କେଉଁଠି କ୍ୟାମ୍ପସ କୁହୁଳିଛି ତ ଆଉ କେଉଁଠି ହଷ୍ଟେଲରେ ଫୁଟୁଛି ବୋମା । ପରୋକ୍ଷରେ ଛାତ୍ରଙ୍କୁ ଢ଼ାଲ କରି ପ୍ରମୁଖ ରାଜନୈତିକ ଦଳ ଛାୟା ଯୁଦ୍ଧ ଚଳାଇଥିବା କୁହାଯାଉଛି ।

ଦୁଲୁକିଲା କଲେଜ କ୍ୟାମ୍ପସ, ସରିଲା ନାମାଙ୍କନ ଦାଖଲ :
vlcsnap-2017-09-16-20h16m07s720ସାରା ରାଜ୍ୟରେ ସରଗମରମ ହୋଇଛି କଲେଜ କ୍ୟାମ୍ପସ । ସରିଛି ହାଇପ୍ରୋଫାଇଲ ନୋମିନେସନ । କେଉଁଠି ବିରାଟ ପଟୁଆରରେ ଛାତ୍ରଙ୍କ କାନ୍ଧରେ ନେତା ତ ଆଉ କେଉଁଠି ବିରାଟ ରାଲି । ଫୋମ ବର୍ଷା ସାଙ୍ଗକୁ ସମର୍ଥକଙ୍କ ଜବରଦସ୍ତ ଡ୍ୟାନସ । ଏଭଳି ଚିତ୍ର ଆଜି ରାଜ୍ୟର ପ୍ରାୟ ପ୍ରତି କଲେଜରେ ଦେଖିବାକୁ ମିଳିଥିଲା । ୫ ହଜାର ଟଙ୍କା ଖର୍ଚ୍ଚ ପାଇଁ ନିୟମକୁ ଫୁ କରି ନୋମିନେସନ କରିଥିଲେ ଛାତ୍ରନେତା । ସବୁ ଦେଖିବା ପରେ ବି ସମସ୍ତେ ଥିଲେ ନାଚାର ।

ଏଭଳି ପରିସ୍ଥିତିର ଗୋଟିଏ କାରଣ ପ୍ରମୁଖ ରାଜନୈତିକ ଦଳ ମାନେ ଛାତ୍ର ସଂସଦ ନିର୍ବାଚନକୁ ନିଜ ସମ୍ମାନର ପ୍ରଶ୍ନ ଭାବେ ଗ୍ରହଣ କରିଛନ୍ତି । ପତିଆରା ଦେଖାଇବା ପାଇଁ କ୍ୟାମ୍ପସକୁ ନେଜ କବଜାକୁ ନେବାକୁ ଚାହୁଁଛନ୍ତି । ବିଜେବି କଲେଜରେ ନିର୍ବାଚନ ବାତିଲ ପରେ କଲେଜର ନାଁକୁ ବିଜେଡି କଲେଜରେ ପରିଣତ କରିଥିଲେ ଛାତ୍ରନେତା । ସିଧାସଳଖ ଅଭିଯୋଗ କରିଥିଲେ, ସ୍ଥାନୀୟ ନେତା ହାରିବା ଭୟରେ ନିର୍ବାଚନ କରିବାକୁ ଦେଇନାହାନ୍ତି ।

ଛାତ୍ରଛାତ୍ରୀଙ୍କୁ ନେତା ବନାଉଛନ୍ତି ମୋହରା :

vlcsnap-2017-09-16-20h16m19s196ପରୋକ୍ଷରେ ଛାତ୍ରଙ୍କୁ ଢାଲ କରି ପ୍ରମୁଖ ରାଜନୈତିକ ସଳ ଚଲାଇଛନ୍ତି ଛାୟା ଯୁଦ୍ଧ । କଲେଜ ନିର୍ବାଚନ ପାଇଁ ହେଉଥିବା ଖର୍ଚ୍ଚ ଦେଖିଲେ ବିଶ୍ୱାସ କରିବା ସହଜ ହେଉ ନାହିଁ । ଏତେ ଅର୍ଥ ଆସୁଛି କେଉଁଠୁ? ଖର୍ଚ୍ଚ ପାଇଁ ନିୟମ ଅଲଗା, ହେଲେ ସବୁ କିଛି କାଗଜ କଲମରେ । କଲେଜ କ୍ୟାମ୍ପସରେ ହୋଡିଂ ଓ ପୋଷ୍ଟର ଲମ୍ବା ଧାଡି । କେବଳ ସେତିକି ନୁହେଁ କେଉଁଠି ବିରିଆନୀ, ଚିକେନ ପରଟାର ପସରା ବି ମେଳିଛି । ଛାତ୍ରଛାତ୍ରୀଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ସମସ୍ତ ରଣକୌଶଳ ଆପଣାଉଛନ୍ତି ରାଜ୍ୟର ସମସ୍ତ ପ୍ରମୁଖ ଦଳ ।

ଏହାରି ଭିତରେ ବିଭିନ୍ନ କଲେଜରେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି । ଜଳୁଛି କ୍ୟାମ୍ପସ, ବଢୁଛି ତାତି । ବ୍ରହ୍ମଗିରିରେ ବୋମାମାଡ ହୋଇଥିବା ବେଳେ ହିଂଜିଳିରେ ବି ସଂଘର୍ଷ ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ କଲେଜରୁ ଏଭଳି ଖବର ଆସିଥିଲା । ପ୍ରଶ୍ନ ଉଠୁଛି, କ୍ୟାମ୍ପସ କୁହୁଳୁଛି କାହିଁକି? ରାଜନୈତିକ ଦଳ ଏହାକୁ ସମ୍ମ,ାନର ପ୍ରଶ୍ନ ଭାବେ ଗ୍ରହଣ କରିବା ଏହା ପଛର କାରଣ ନୁହେଁ ତ?