ତିତଲି ପାଇଁ ବାତିଲ ହେଲା ଛାତ୍ର ସଂସଦ ନିର୍ବାଚନ ! ଘୋଷଣା କଲେ ରାଜ୍ୟ ସରକାର

32

କନକ ବ୍ୟୁରୋ : ସ୍ଥଗିତ ହେଲା ଛାତ୍ର ସଂସଦ ନିର୍ବାଚନ । ଆସନ୍ତାକାଲି ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନକୁ ସ୍ଥଗିତ କଲେ ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ । ତିତଲିକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ଯେଉଁଥିରେ ରାଜ୍ୟର ସମସ୍ତ କଲେଜ ହେବାକୁ ଥିବା ନିବାର୍ଚନକୁ ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି । କାରଣ ତିତଲି ପାଇଁ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜକୁ ଦୁଇ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେଣୁ ପ୍ରବଳ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯାଇଛି ।

ସୂଚନା ଅନୁଯାୟୀ, ଆସନ୍ତାକାଲି ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟର ସମସ୍ତ କଲେଜରେ ମତଦାନ ହୋଇଥାନ୍ତା । ଏଥିପାଇଁ ଛାତ୍ରଛାତ୍ରୀ ମାନେ ମଧ୍ୟ ଜୋରଦାର ପ୍ରଚାର ଚଳାଇଥିଲେ । ଏପରିକି କଲେଜ ଗୁଡିକ ମଧ୍ୟ ଏଥିପାଇଁ ପ୍ରସ୍ତୁତ ହୋଇ ସାରିଥିଲେ । କିନ୍ତୁ ସବୁ ପ୍ରସ୍ତୁତିକୁ ଭଣ୍ଡୁର କରିଛି ବାତ୍ୟା ତିତଲି ।

ସମୟ ଯେତିକି ବିତୁଛି ବାତ୍ୟା ତିତଲି ସେତିକି ଉଗ୍ର ହେଉଛି । ଆସନ୍ତା କିଛି ସମୟ ମଧ୍ୟରେ ଜଣାପଡିବ ବାତ୍ୟା ତିତଲିର ରୂପରେଖ । ଆସନ୍ତାକାଲି ଏହା ସ୍ଥଳଭାଗକୁ ଛୁଇଁବ । ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟା ପ୍ରତି ୧୪୦ରୁ ୧୫୦ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାର ପ୍ରଭାବରେ ଗଛବୃକ୍ଷ ଉପଡ଼ିବା ସହିତ ବିଦ୍ୟୁତ ଖୁଣ୍ଟ ଓ ଚାଳଛପର ଘର ଗୁଡ଼ିକ କ୍ଷତିଗ୍ରସ୍ତ ହେବ ବୋଲି ପାଣିପାଗ ବିଭାଗ ସତର୍କ କରି ଦେଇଛି।