ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ସରୁଛି କ୍ୟାମ୍ପେନିଂ। ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବାରେ ପୂରା ଦମରେ ଲାଗିପଡିଛନ୍ତି ପ୍ରାର୍ଥୀ

46

କନକ ବ୍ୟୁରୋ: ଆଜି ସରୁଛି ଛାତ୍ର ସଂସଦ ନିର୍ବାଚନ ପାଇଁ କ୍ୟାମ୍ପେନିଂ । ଏଥିପାଇଁ ଆଜି ସରଗରମ କଲେଜ କ୍ୟାମ୍ପସ । ଶେଷ ଦିନରେ ଭୋଟରଙ୍କୁ ଆକୃଷ୍ଠ କରିବା ପାଇଁ କୌଣସି ବି ସୁଯୋଗ ହାତଛଡା କରିବାକୁ ଚାହୁଁ ନାହାଁନ୍ତି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ବିଭିନ୍ନ ପ୍ରାର୍ଥୀ । କିଏ ପୁସିଂ କାର୍ଡ ଦେଇ ଭୋଟ୍ ମାଗୁଛି ତ ଆଉ କିଏ ଗିଫ୍ଟ ପ୍ୟାକେଟ୍ ଓ ବିଭିନ୍ନ ପ୍ରତିଶ୍ରୁତି ଦେଇ ଭୋଟ୍ ମାଗୁଛନ୍ତି ।

ଏହା ଭିତରେ ଜମିଛି ଭୋଜି ଭାତର ଆୟୋଜନ । ଚଳିତ ବର୍ଷ ଛାତ୍ର ଅଶାନ୍ତି ଯୋଗୁଁ ରେଭେନ୍ସାରେ ନିର୍ବାଚନ ବାତିଲ ହୋଇଛି । ତେବେ କଟକର ଅନ୍ୟ କଲେଜ ଗୁଡିକରେ ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଛି । ବିଶେଷକରି ଶ÷ଳବାଳା,ଇନ୍ଦରାଗାନ୍ଧି ଏବଂ ଇମର୍ତ୍ତୀଦେବୀ କଲେଜରେ ସରଗରମ ରହିଛି କ୍ୟାମ୍ପସ । ସେହିପରି ରାଜଧାନୀରେ ଉକ୍ରଳବିଶ୍ୱବିଦ୍ୟାଳୟର ନିର୍ବାଚନ ବାତିଲ ହୋଇଥିଲେ ମଧ୍ୟ ରମାଦେବୀ, ମହର୍ଷି ଓ ବିଜେବି କଲେଜରେ ନିର୍ବାଚନ ପାଇଁ ଚଳଚଂଚଳ ରହିଛି କ୍ୟାମ୍ପସ । ଆସନ୍ତାକାଲି ହ୍ୱାଏ ଆଇ ଷ୍ଟାଣ୍ଡ ଫର ମିଟିଂ । ଆସନ୍ତା ୧୧ ରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଛାତ୍ରଛାତ୍ରୀ ।

ଅନ୍ୟପକ୍ଷରେ ବାଣୀବିହାର ନିର୍ବାଚନ ବନ୍ଦ ହେବା ପରେ ଛାତ୍ର ବିଜେଡି ଓ ଏବିଭିପିର ଛାତ୍ରନେତାମାନେ ଏବେ ରମାଦେବୀ ଓ ବିଜେବି କଲେଜ ରାଜନୀତିରେ ମୁଣ୍ତ ଖେଳାଇଛନ୍ତି। ପ୍ରାର୍ଥୀମାନେ କିଭଳି ନିର୍ବାଚନ ପ୍ରଚାର କରିବେ? କେଉଁ ଅଞ୍ଚଳ ପାଇଁ କିଏ ଦାୟିତ୍ବରେ ରହିବେ? କେଉଁ ଛାତ୍ରୀଙ୍କ ଅଭିଭାବକ କେଉଁ ଦଳର ସମର୍ଥକ, ତାହାର ହିସାବ ଛିଣ୍ତାଉଛନ୍ତି ଛାତ୍ରନେତା। ଘନ ଘନ ବୈଠକ କରୁଛନ୍ତି। କିଏ କେତେ ଭୋଟ୍‌ ପାଇବ ତାହାକୁ ନେଇ ପ୍ରତିଦିନ ସଙ୍ଗଠନଗୁଡ଼ିକ ମଧ୍ୟରେ ଅବଗଣନା ଚାଲିଛି। ଛାତ୍ର ବିଜେଡି ଏଥର ରମାଦେବୀ ଓ ବିଜେବି କ୍ୟାମ୍ପସ କବ୍‌ଜା କରିବକୁ ଲକ୍ଷ୍ୟ ରଖିଛି।

ତିନି ଦିନ ଜମିବ ଖାଦ୍ୟ ପସରା

ନିର୍ବାଚନକୁ ଆଉ ଦୁଇ ଦିନ ବାକି ଥିବା ବେଳେ ଏଣିକି ସବୁ କ୍ୟାମ୍ପସରେ ଜମିବ ଖାଦ୍ୟର ପସରା। ଭୋଟ ହାତେଇବା ଲାଗି ପ୍ରାର୍ଥୀମାନେ ଛାତ୍ରଛାତ୍ରୀଙ୍କୁ ମନ ଇଚ୍ଛା ଖାଇବାକୁ ଦେବେ। ରମାଦେବୀ କ୍ୟାମ୍ପସ ଏହି କ୍ରମରେ ଆଗରେ ରହିଛି। ଆଜିଠାରୁ ଗୁରୁବାର ପର୍ଯ୍ୟନ୍ତ ଦୁଇ ଛାତ୍ର ସଙ୍ଗଠନ ପକ୍ଷରୁ କ୍ୟାମ୍ପସ ସମ୍ମୁଖରେ ବିରିୟାନି ବ୍ୟବସ୍ଥା ହୋଇଛି। ବିଜେବି ଓ ମହର୍ଷି କଲେଜ ପ୍ରାର୍ଥୀ ବି ନିଜ ସମର୍ଥକଙ୍କ ଲାଗି ଖାଇବା ବ୍ୟବସ୍ଥା କରିଛନ୍ତି।