କନକ ବ୍ୟୁରୋ : ସ୍ୱାଭିମାନ ଅଞ୍ଚଳର ନିଆରା ଚିତ୍ର । ଘୋଡ଼ା ପିଠିରେ ବସି ସ୍କୁଲ ଯାଉଛନ୍ତି ପିଲା । ଏଠି ରାସ୍ତାଘାଟ ନଥିବାରୁ ଘୋଡ଼ା କିମ୍ବା ଖଚ୍ଚର ପାଲଟିଛି ସାହାରା । ସ୍ୱାଭିମାନ ଅଂଚଳର ପ୍ରାୟ ଅଧିକାଂଶ ଗାଁ ଠାରୁ ବିଦ୍ୟାଳୟ ୧୨ରୁ ୧୪ କିଲୋମିଟର ଦୂର । ଏପରିକି ପ୍ରାୟ ୭୦ରୁ ୮୦ ଭାଗ ପିଲା ସ୍କୁଲ କଣ ଜାଣିନାହାଁନ୍ତି । ବହୁତ କମ୍ ପିଲା ଘୋଡ଼ା କିମ୍ବା ଖଚ୍ଚରରେ ବସି ସ୍କୁଲ ଯାଆନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ହନ୍ତାଳଗୁଡା ଗାଁ ଠାରୁ ଦାରଲାବେଡେ, ଜୋଡାମ୍ବା କିମ୍ବା ବିଡାର ପାଖନା ବିଦ୍ୟାଳୟ ୧୦ ରୁ ୧୪ କିଲୋମିଟର ଦୁର ଥିବାରୁ ପିଲା ମାନେ ବିଦ୍ୟାଳୟକୁ ଯାଉ ନାହାନ୍ତି । କାଁ ଭାଁ ପିଲା ଏମିତି ଘୋଡା ପିଠିରେ ଯାଉ ଥିବା ଦେଖିବାକୁ ପାଇ ଥିଲା କନକ ନ୍ୟୁଜ ଟିମ । ଆଉ ଏଠାରେ ଆଙ୍ଗନବାଡି କେନ୍ଦ୍ର ଚାଲେ କେବଳ କାଗଜ ପତ୍ରରେ । ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ରହିଥିଲେ ମଧ୍ୟ ଲୋକମାନେ ଏବେ ବି ମୁଖ୍ୟସ୍ରୋତରେ ସାମିଲ ହୋଇନାହାନ୍ତି ।