ଅବାଧ୍ୟ ଛାତ୍ରଙ୍କୁ ସୁଧାରିବାକୁ ଦଣ୍ଡ ! ରାଜରାସ୍ତାରେ ୩ ଛାତ୍ରଙ୍କୁ ଆଣ୍ଠେଇଲେ ଟ୍ୟୁଟୋରିଆଲ କତ୍ତୃପକ୍ଷ

37

କନକ ବ୍ୟୁରୋ: ରାଜରାସ୍ତାରେ ୩ ଛାତ୍ରଙ୍କୁ ଆଣ୍ଠେଇଲେ ଟ୍ୟୁଟୋରିଆଲ୍ କତ୍ତୃପକ୍ଷ । ଅବାଧ୍ୟ ଛାତ୍ରଙ୍କୁ ସୁଧାରିବାକୁ ଏଭଳି ଦଣ୍ଡଦେଇଛନ୍ତି ନୟାଗଡର ଲଡ୍ ଜଗନ୍ନାଥ ଟ୍ୟୁଟୋରିଆଲ୍ କତ୍ତୃପକ୍ଷ । ତେବେ ଏହି ଭିଡିଓ ଭାଇରାଲ ହେବା ପରେ ଏବେ ଡିପିସି ଓ ଶିଶୁ ସୁରକ୍ଷା ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ଗତ କିଛି ଦିନ ତଳେ ଛାତ୍ରଙ୍କ ମଧ୍ୟରେ ଏକ ଗଣ୍ଡଗୋଳ ହୋଇଥିଲା । ଗତକାଲି ପୁଣି ଏହି ଛାତ୍ରଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ୩ ଛାତ୍ରଙ୍କୁ ଏଭଳି ଦଣ୍ଡ ଦେଇଛନ୍ତି ଟ୍ୟୁଟୋରିଆଲ୍ କତ୍ତୃପକ୍ଷ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –