ମହାନଦୀରେ ଗାଧୋଇବା ହେଲା କାଳ ! ଜଣେ ମୃତ, ଜଣେ ନିଖୋଜ

25

କନକ ବ୍ୟୁରୋ: ମହାନଦୀରେ ଗାଧୋଇବା ହେଲା କାଳ । ବୁଡି ଯାଉଥିବା ସାଙ୍ଗକୁ ଉଦ୍ଧାର କରିବାକୁ ଯାଇ ବୁଡିଗଲେ ଦୁଇ ଛାତ୍ର । ନିଖୋଜ ଦୁଇ ଛାତ୍ର ହେଲେ ଖ୍ରୀଷ୍ଟ କଲେଜର ଶୁଭଙ୍କର ପଣ୍ଡା ଓ ପ୍ରୀତମ୍ ସେଠୀ । ଶୁଭଙ୍କର ପଣ୍ଡାଙ୍କୁ ଉଦ୍ଧାର କରାଯାଇଥିବାବେଳେ ପ୍ରୀତମ୍ ସେଠୀଙ୍କର କୌଣସି ପତ୍ତା ମିଳିନାହିଁ ।

ସୂଚନା ମୁତାବକ, ଧବଳେଶ୍ୱର ଘାଟରେ ଗାଧୋଇବା ବେଳେ ଜଣେ ସାଙ୍ଗ ବୁଡି ଯାଉଥିବା ବେଳେ ଅନ୍ୟ ଜଣେ ତାଙ୍କୁ ବଂଚାଇବାକୁ ଚେଷ୍ଟା କରୁଥିବାକୁ ଯାଇ ସେ ମଧ୍ୟ ବୁଡି ଯାଇଥିଲେ । ତେବେ ଦୁଇ ଛାତ୍ରଙ୍କ ମଧ୍ୟରୁ ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଛାତ୍ର ହେଲେ ଶୁଭଙ୍କର ପଣ୍ଡା । ପ୍ରୀତମ୍ ସେଠୀଙ୍କର କୌଣସି ପତ୍ତା ମିଳିନାହିଁ ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି । ନଦୀର ପ୍ରଖର ସ୍ରୋତଥିବାରୁ ଉଦ୍ଧାର କାର୍ଯ୍ୟରେ ଅସୁବିଧା ହେଉଥିବା ଅଗ୍ନିଶମବାହିନୀ ପକ୍ଷରୁ କୁହାଯାଇଛି ।