ଚାଳକବିହୀନ ବସ୍ ତିଆରି ତିଆରି କଲେ କିଛି ଭାରତୀୟ ଛାତ୍ର ! ସୌର ଶକ୍ତିରେ ଚାଲିବ ଏବଂ ମୂଲ୍ୟ ମାତ୍ର ୧୫ ଲକ୍ଷ

74

କିଛି ଭାରତୀୟ ଛାତ୍ର ମିଶି ପ୍ରଥମ ଥର ପାଇଁ ନିର୍ମାଣ କରିଛନ୍ତି ସୌର ଶକ୍ତି ଚାଳିତ ଏକ ବସ୍ । ସାଧାରଣତଃ ବସ୍ଗୁଡ଼ିକ ପେଟ୍ରୋଲ, ଡିଜେଲ୍, ସିଏନ୍ଜି ଆଦି ଜାଳେଣି ଦ୍ବାରା ଚାଲିଥାଏ। ମାତ୍ର ଏହି ବସ୍ ସୌର ଶକ୍ତି ଦ୍ୱାରା ଚାଳିତ ହେବ । ଏବଂ ପେଟ୍ରୋଲ, ଡିଜେଲର ଚିନ୍ତା ମଧ୍ୟ ରହିବ ନାହିଁ । ଏହାଦ୍ୱାରାଦ୍ୱିଗୁଣ ଲାଭ ମିଳିବ । ଗୋଟିଏ ଥର ଚାର୍ଜରେ ଏହା ୭୦ କିଲୋମିଟର ଚାଲିବ । ତେବେ, ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ବସ୍ର ଦାମ ମାତ୍ର ୧୫ ଲକ୍ଷ ଟଙ୍କା । ଏହି ବସରେ ବ୍ୟବହାର ହୋଇଥିବା ବ୍ୟାଟେରି ସୌର ଶକ୍ତି ବ୍ୟବହାର କରି ଚାର୍ଜ ହେଉଛି । ଗାଡ଼ିରେ ଖଞ୍ଜା ଯାଇଥିବା ସୋଲାର୍ ପାନେଲ୍ ଦ୍ୱାରା ୨ କିଲୋଓ୍ଵାଟ୍ସର ଶକ୍ତି ଉତ୍ପନ୍ନ କରି ହେଉଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବସ୍ଟିକୁ ଚଳାଇବା ପାଇଁ କୌଣସି ଚାଳକର ଆବଶ୍ୟକତା ନାହିଁ । ବସରେ ଲାଗିଥିବା ସେନସର୍ ଦ୍ବାରା ଆପେ ଆପେ ରାସ୍ତା ଠାବ କରି ବସଟି ଚାଲିବ । ଏହି ବସ୍ ତିଆରି କରିବାରେ ମୁଖ୍ୟ ଭୂମିକା ନିଭାଇଥିବା ପ୍ରକଳ୍ପର ମୁଖ୍ୟ ତଥା ଫାଗଓ୍ଵାରାର ଲଭଲି ପ୍ରଫେସନାଲ ୟୁନିଭରସିଟିର ଛାତ୍ର ମାନଦୀପ ସିଂହ କହନ୍ତି, ‘୨୦୧୪ ମସିହାରେ ଆମେ ଚାଳକ ବିହୀନ ଏକ ଗଲ୍ଫ କାର୍ଟ ନିର୍ମାଣ କରିଥିଲୁ । ଏବଂ ସୌର ଚାଳିତ ବସ୍ ତିଆରି କରିବା ପାଇଁ ଚିନ୍ତା କରିଥିଲେ ।’ ଏହି ବସ୍ ତିଆରି କରିବା ପାଇଁ ପ୍ରାୟ ୩୦୦ ଛାତ୍ର ଓ ୫ ଶିକ୍ଷକ ଲାଗିଥିବା ସୂଚନା ରହିଛି।