ଅଳିଆ ଗଦାକୁ ଫୋପଡା ଯାଉଛି ପିଲାଙ୍କ ପାଠ୍ୟ ପୁସ୍ତକ ! କଳାହାଣ୍ଡି ଥୁଆମୁଳ ରାମପୁରରୁ ଆସିଲା ଅଭାବନୀୟ ଚିତ୍ର  

40

କନକ ବ୍ୟୁରୋ : ସରକାର କା ମାଲ ଦରିଆ ମେ ଡାଲ । ଏହି ନ୍ୟାୟରେ ଚାଲିଛି କଳାହାଣ୍ଡି ଜିଲ୍ଲାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା । ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହାର ସଠିକ ରୂପାୟନ ହୋଇପାରୁନାହିଁ । ଆପଣ ଦେଖୁଥିବା ଚିତ୍ର ଏହାର ପ୍ରମାଣ ।

ପିଲାଙ୍କୁ ପାଠପଢା ବହି ମିଳୁନି । କିନ୍ତୁ ଏଠି ଟ୍ରାକ୍ଟରରେ ବୁହା ହୋଇ ଫିଙ୍ଗା ହେଉଛି ବହି । ଏପରିକି ବୁଲାଗାଈଗୋରୁ ଏହି ବହିକୁ ଖାଉଥିବା ମଧ୍ୟ ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକ ଅନ୍ତର୍ଗତ ଏକ ସ୍କୁଲରେ ଏପରି ଘଟିଛି । ସ୍କୁଲ ବାହାରେ ଏହାକୁ ଫିଙ୍ଗି ଦେଇଥିବା ଜଣାପଡିଥିଲା । ତେବେ ଏହି ଘଟଣା ପ୍ରଘଟ ହେବା ପରେ ବହିଗୁଡିକ ପୁଣି ସ୍କୁଲକୁ ନିଆଯାଇଥିବା ସୂଚନା ମିଳିଛି । ଅନ୍ୟପଟେ ଏହାର ବିଧିବଦ୍ଧ ତଦନ୍ତ ହେବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ଦାଶ କହିଛନ୍ତି ।