ଭୁବନେଶ୍ୱର: ବାଣିିବିହାର ନିକଟସ୍ଥ ତାରିଣୀ ହୋଟେଲ ମାଲିକଙ୍କୁ କିଛି ଛାତ୍ର ମାଡ଼ ମାରିଥିବା ଅଭିଯୋଗ

21

କନକ ବ୍ୟୁରୋ: ହୋଟେଲରେ ଖାଇବାବେଳେ ଗଣ୍ଡଗୋଳ । ହୋଟେଲ ମାଲିକଙ୍କୁ ମାଡ଼ ମାରିବା ସହ ପୁଲିସ କର୍ମଚାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ବାଣିିବିହାର ନିକଟସ୍ଥ ତାରିଣୀ ହୋଟେଲରେ ଖାଉଥିବାବେଳେ କିଛି ଛାତ୍ର ଓ ହୋଟେଲ ମାଲିକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।

ପୁଲିସ୍ ଉକ୍ତ ଛାତ୍ରଙ୍କୁ ଗିରଫ କରିଥିବା ନେଇ କିଛି ଛାତ୍ର ଥାନାରେ ଗଣ୍ଡଗୋଳ କରିବା ସହ ପୁଲିସ ସହ ଧସ୍ତାଧସ୍ତି କରିଥିଲେ । ତେବେ ଏଥିରେ ଜଣେ ଏଏସଆଇଙ୍କ ସମେତ ୨ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି । ଆହତ ପୁଲିସଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଯିବା ସହ ଗଣ୍ଡଗୋଳ କରିଥିବା ଛାତ୍ରମାନଙ୍କୁ ପୁଲିସ୍ ବୁଝାସୁଝା କରିଥିବା ଜଣାପଡିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –