ନବମ ଶ୍ରେଣୀରୁ ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ କରିବାର ମିଳେ ସୁଯୋଗ : ପାଠପଢ଼ା ସହିତ ବମ୍ ନିଷ୍କ୍ରିୟ କରିବା ଏବଂ ପିସ୍ତଲ ଚଲାଇବାର ଦିଆଯାଏ ପ୍ରଶିକ୍ଷଣ 

ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ସହିତ ବମ୍ ନିଷ୍କ୍ରିୟ କରିବା ଓ ପିସ୍ତଲ ଚଲାଇବାର ଟ୍ରେନିଙ୍ଗ ଦିଆଯାଏ

79

ଦମୋହ ଜିଲ୍ଲାରେ ଏମିତି ଏକ ସ୍କୁଲ ଅଛି, ଯେଉଁଠି ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ସହିତ ବମ୍ ନିଷ୍କ୍ରିୟ କରିବା ଓ ପିସ୍ତଲ ଚଲାଇବାର ଟ୍ରେନିଙ୍ଗ ଦିଆଯାଏ । ଏପର୍ଯ୍ୟନ୍ତ ଦ୍ୱାଦଶ ପାସ୍ କରିବା ପରେ ହିଁ ଅଧିକାଂଶ ଛାତ୍ରଛାତ୍ରୀ କ୍ୟାରିୟରର ରାସ୍ତା ବାଛନ୍ତି । କିନ୍ତୁ ଏବେ ତାଙ୍କୁ ଏହି କ୍ୟାରିୟର ନିର୍ଦ୍ଧାରଣ କରିବାର ସୁଯୋଗ ନବମ ଶ୍ରେଣୀରେ ପ୍ରବେଶ କରୁ କରୁ ମିଳିବା ଆରମ୍ଭ ହେଲାଣି ।

ଜାତୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ଅଧିନରେ ନବମ ଶ୍ରେଣୀରେ ପହଂଚିବାକୁ ଥିବା ବିଦ୍ୟାର୍ଥୀଙ୍କ ପାଇଁ ନୂଆ ଟ୍ରେଡ ବିଷୟ ଆରମ୍ଭ କରାଯାଇଛି । ଯାହା ଅଧିନରେ ନବମ ଶ୍ରେଣୀରେ ପହଂଚିବା କ୍ଷଣି ଛାତ୍ରଛାତ୍ରୀ ଏହା ନିର୍ଦ୍ଧାରିତ କରିବପାରିବେ କି, ତାଙ୍କୁ ଭବିଷ୍ୟତରେ କେଉଁ ବ୍ୟବସାୟ କରିବେ । ଏକ୍ସିଲେନ୍ସ ସ୍କୁଲରେ ନବମ ଶ୍ରେଣୀରେ ପ୍ରବେଶ କରୁଥିବା ପିଲାଙ୍କ ପାଇଁ ସିକ୍ୟୁରିଟି ଏବଂ ସୂଚନା ଓ ପ୍ରଯୁକ୍ତିିବିଦ୍ୟା ଟ୍ରେଡ୍ ଆରମ୍ଭ କରାଯାଇଛି ।

ଏହି ଟ୍ରେଡରେ ଶ୍ରେଣୀ ନବମ ଓ ଦଶମରେ ସଂସ୍କୃତ ବିଷୟ ସ୍ଥାନରେ ଏବଂ ଶ୍ରେଣୀ ଏକାଦଶ ଓ ଦ୍ୱାଦଶରେ ଇଂରାଜୀ ବିଷୟ ସ୍ଥାନରେ ନିଆଯାଏ, ଯେଉଁଥିପାଇଁ ଏଇଠି ଏକ ବିଶେଷ ଲ୍ୟାବ ନିର୍ମାଣ କରାଯାଇଛି । ଯେଉଁଥିରେ ସୁରକ୍ଷା ସମ୍ବନ୍ଧିତ ସମସ୍ତ ପ୍ରକାରର ଉପକରଣ ରଖାଯାଇଛି । ଯାହା ମାଧ୍ୟମରେ ସେ ପିଲାଙ୍କୁ ପ୍ରାକ୍ଟିକାଲ  ମାଧ୍ୟମରେ ପ୍ରଶିକ୍ଷଣ ଦିଆଯାଏ । ଏଥିରେ  ବମ୍ କୁ ନିଷ୍କ୍ରିୟ କରିବା ବ୍ୟତୀତ ଭିଭିଆଇପି ସୁରକ୍ଷା ସମ୍ବନ୍ଧିତ ସମସ୍ତ ପ୍ରକାରର ଉପକରଣ ବିଷୟରେ ପ୍ରଶିକ୍ଷଣ ଦିଆଯାଏ । ଦ୍ୱାଦଶ ଶ୍ରେଣୀ ପରେ ଏହି କୋର୍ସ ସଂପୂର୍ଣ୍ଣ ହେବାପରେ ସିଧାସଳଖ ବ୍ୟକ୍ତିଗତ ଓ ସରକାରୀ ସୁରକ୍ଷା ଏଜେନ୍ସିରେ ପ୍ରାଥମିକତା ସହିତ ଚୟନ କରାଯାଏ ।