ଦଶମ ପରୀକ୍ଷାରେ ଫେଲ୍ ହେବା ଆଶଙ୍କାରେ ଜୀବନ ହାରିଲା ଛାତ୍ର, ପରୀକ୍ଷା ଫଳ ଆସିବା ପରେ ଜଣାପଡିଲା ସେ ପାସ୍

214

ସିନିୟର ସେକେଣ୍ଡାରୀ ସ୍କୁଲ ପରୀକ୍ଷାର ଫଳାଫଳ ଆସିବା ପୂର୍ବରୁ ଦଶମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଛନ୍ତି । ଛାତ୍ରକୁ ପରୀକ୍ଷାରେ ଫେଲ ହେବା ଡର ଥିଲା । କିନ୍ତୁ ସେ ସବୁ ବିଷୟରେ ପାସ ହୋଇଛନ୍ତି । ପ୍ରଣବ ଗର୍ଗ ନାମକ ଛାତ୍ର ଗଣିତ ଓ ଇଂରାଜୀ ପରୀକ୍ଷାର ଫଳାଫଳକୁ ନେଇ ଚିନ୍ତିତ ଥିଲେ । ପ୍ରଣବର ଭାଇଙ୍କ କହିବାନୁସାରେ, ଯଦି ଫଳାଫଳ ଦେଖି ଦେଇଥାନ୍ତା, ତେବେ ଆଜି ସେ ଜୀବିତ ଥାନ୍ତା ।

ଯେତେବେଳେ ପ୍ରଣବ ଅତ୍ମହତ୍ୟା କରିବାର ନିଷ୍ପତ୍ତି ନେଇଥିଲେ, ସେ ପର୍ଯ୍ୟନ୍ତ ଫଳାଫଳ ଆସିବାର କୌଣସି ସୂଚନା ନଥିଲା । ତାର ମୃତ୍ୟୁର ୨୪ ଘଣ୍ଟା ପରେ ହିଁ ଫଳାଫଳର ତାରିଖ ଘୋଷଣା କରିଦିଆଗଲା । ତାଙ୍କ ପରିବାର ଲୋକ ରେଜଲ୍ଟ ମଧ୍ୟ ଚେକ୍ କରିନଥିଲେ । କିନ୍ତୁ ପ୍ରଣବଙ୍କ ସାଙ୍ଗମାନେ ଯେତେବେଳେ ମାର୍କସିଟ୍ ଡାଉନଲୋଡ କରି ପ୍ରଣବର ପରିବାର ଲୋକଙ୍କୁ ଜଣାଇଲେ, ସେତେବେଳେ ତାଙ୍କ ମାତା ପିତା ଭାଙ୍ଗି ପଡିଲେ ।

ଘଟଣା ଦିନ ପ୍ରଣବ ନିଜ ସାଙ୍ଗ ଘରୁ ଫେରି ନିଜ ରୁମକୁ ଚାଲିଗଲା । ଯେତେବେଳେ ସନ୍ଧ୍ୟାରେ ରୁମର କବାଟ ଖୋଲିଲେନି, ସେତେବେଳେ ତାକୁ ଭାଙ୍ଗି ଦିଆଗଲା । ଭିତରକୁ ଗଲା ପରେ ପ୍ରଣବ ଛାତରୁ ରସି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଲା ।