ଗୁରୁ-ଶିଷ୍ୟ ପବିତ୍ର ସଂପର୍କର ନିଚ୍ଛକ ଚିତ୍ର : ଶିକ୍ଷକଙ୍କ ବଦଳି ନିର୍ଦ୍ଦେଶ ପରେ ଚାନ୍ଦବାଲି ବାଲିକୁରି ପ୍ରାଥମିକ ସ୍କୁଲରେ କାନ୍ଦ ବୋବାଳି

131

କନକ ବ୍ୟୁରୋ : ଆଜି କାଲିର ସମାଜରେ ଗୁରୁ ଶିଷ୍ୟ ମଧ୍ୟରେ ପବିତ୍ର ଓ ଶ୍ରଦ୍ଧାର ସଂପର୍କ ଖୁବ କମ୍ ଦେଖିବାକୁ ମିଳେ । କିନ୍ତୁ ଚାନ୍ଦବାଲିର ବାଲିକୁରି ପ୍ରାଥମିକ ବିଦ୍ୟାଳୟରେ କଥାଟିକେ ଅଲଗା । ଏଠାରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହା ଗୁରୁ ଶିଷ୍ୟ ମଧ୍ୟରେ ଥିବା ପବିତ୍ର ସଂପର୍କ ଅତି ସ୍ପଷ୍ଟ ଭାବରେ ବୟାନ କରୁଛି ।

ସ୍କୁଲରେ ପଡିଛି କାନ୍ଦବୋବାଳି । ଆମ କ୍ୟାମେରା ଟିମ୍ ପହଁଚି ଏହାର କାରଣ ବୁଝିବାକୁ ଚେଷ୍ଟା କରିଥିଲା । ଆଉ ଜଣାପଡିିଲା ,ଏହି ଶିକ୍ଷକ ଜଣଙ୍କ ବଦଳି ନିର୍ଦ୍ଦେଶ ପରେ କୁନି କୁନି ପିଲାମାନେ ନିଜକୁ ଆଉ ସମ୍ଭାଳି ପାରିଲେନାହିଁ । ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ ଏବଂ ଛଳ ଛଳ ଆଖିରେ ଶିକ୍ଷକଙ୍କୁ ଜାବୁଡି ଧରିଲେ ।

ପଂଚାନନ ନାୟକ । ଚାନ୍ଦବାଲିର ବାଲିକୁରି ପ୍ରାଥମିକ ବିଦ୍ୟାଳୟରେ ୧୭ ବର୍ଷ ହେବ ପ୍ରଧାନଶିକ୍ଷକ ଭାବେ ଶିକ୍ଷକତା କରୁଥିଲେ । କିନ୍ତୁ ଏହି ଶିକ୍ଷକଙ୍କର ପାଠ ପଢେଇବାର ଶୈଳୀ ସମସ୍ତଙ୍କ ଠାରୁ ଅଲଗା । ନିଜ ପୁଅ ଝିଅଙ୍କ ପରି ସ୍ନେହ ଓ ଭଲପାଇବାରେ ସମସ୍ତଙ୍କୁ ବାନ୍ଧି ରଖିଥିଲେ । ପ୍ରତିଟି ପିଲାଙ୍କୁ ଭଲ ମଣିଷଟିଏ କରି ଗଢି ତୋଳିବା ପାଇଁ ଚଳାଇଥିଲେ ଚେଷ୍ଟା । ଆଉ ଏହାରି ଭିତରେ ଆସିଲା ତାଙ୍କର ବଦଳି ନିର୍ଦ୍ଦେଶ ।

ସ୍କୁଲରେ ଛାତ୍ର କିମ୍ବା ଛାତ୍ରୀ ଜଣେ ଭୁଲ୍ କଲେ ସାଧାରଣତଃ ଶିକ୍ଷକମାନେ ଚଢ଼ା ଗଳାରେ ତାଗିଦ୍ କରନ୍ତି ଏବଂ ଆଉ ଭୁଲ୍ ନକରିବା ପାଇଁ ସତର୍କ କରାନ୍ତି । କିନ୍ତୁ ପଂଚାନନ ନିଜ ପୁଅ କିମ୍ବା ଝିଅ ଭଳି ସେମାନଙ୍କୁ ବୁଝାଇ ଠିକ୍ ବାଟକୁ ଆଣନ୍ତି । ବୋଧହୁଏ ଆଜିର ଦିନରେ ଏଭଳି ଶିକ୍ଷକତା ବିରଳ ।

ଦେଖନ୍ତୁ ଏହି ଭିଡ଼ିଓ –