ବିନା ଅନୁମତିରେ ସହିଦଙ୍କ ଜୟନ୍ତି ପାଳିଲେ, କଲେଜରୁ ତଡା ଖାଇଲେ ।

52

ତାମିଲନାଡୁର କୋଏମ୍ବାଟୁର ସରକାରୀ କଳା କଲେଜରେ ଏକ ଅଦ୍ଭୁତଜନକ ମାମଲା ଲୋକଲୋଚନକୁ ଆସିଛି । ଏଠାରେ ଜଣେ ଛାତ୍ରୀଙ୍କୁ ସହିଦ ଭଗତ ସିଂହଙ୍କ ଜୟନ୍ତୀ ପାଳନ କରିବାରୁ ବିଦା ହେବାକୁ ପଡ଼ିଛି। କଲେଜରେ ଇତିହାସ ବିଷୟରେ ପ୍ରଥମ ଛାତ୍ରୀଙ୍କୁ ବହିଷ୍କାର କରାଯାଇଛି । କାରଣ ଛାତ୍ରୀ ଗତ ସେପ୍ଟେମ୍ବର ୨୮ରେ ଭଗତ ସିଂହଙ୍କ ଜୟନ୍ତୀ ପାଳନ କରିଥିଲେ ।

ଅଭିଯୋଗ ଯେ, ସ୍ନାତ୍ତୋକତ୍ତର ଛାତ୍ରୀ ମାଳତୀ ବିନା ଅନୁମତିରେ କଲେଜ ପରିସରରେ ସହିଦ ଭଗତ ସିଂହଙ୍କ ଜୟନ୍ତୀ ପାଳନ କରିଥିଲେ । ମାଳତୀ କଲେଜ ଅଧ୍ୟକ୍ଷଙ୍କୁ ଯେତେବେଳେ ଅନୁମତି ମାଗିଥିଲେ, ସେ ମନା କରି ଦେଇଥିଲେ । ଅଧ୍ୟକ୍ଷ କହିଥିଲେ ବିଭାଗୀୟ ସ୍ତରୀୟ ଅନୁମତି ନିଅ । ଏହା ପରେ ଏଚଓଡିଙ୍କ ଛୁଟି ହେବା ପରେ ଛାତ୍ରୀ ଜଣଙ୍କ ଅନ୍ୟ ଜଣେ ଅଧ୍ୟାପକଙ୍କୁ ଭଗତ ଜୟନ୍ତୀ ପାଳନ କରିବାକୁ ଅନୁମତି ମାଗିଥିଲେ । ଏହା ପରେ ମଧ୍ୟ ଅନୁମତି ମିଳି ନଥିଲା ।

ଅଧ୍ୟକ୍ଷ ଓ ଅଧ୍ୟାପକଙ୍କ ଠାରୁ ଅନୁମତି ନମିଳିବାରୁ ଛାତ୍ରଛାତ୍ରୀମାନେ ଭଗତ ସିଂହ ଜୟନ୍ତୀ ପାଳନ କରିଥିଲେ । ଛାତ୍ରୀଙ୍କୁ ପଠାଯାଇଥିବା ବହିଷ୍କାର ନୋଟିସରେ ଉଲ୍ଲେଖ ଅଛି ଯେ, ଅନୁମତି ଦିଆଯାଇ ନଥିଲେ ମଧ୍ୟ ମାଳତୀ ଅନ୍ୟ ବିଭାଗର ଛାତ୍ରଛାତ୍ରୀଙ୍କ ସହିତ ଭଗତ ଜୟନ୍ତୀ ପାଳନ କରିଛନ୍ତି । ଏଥି ପାଇଁ କଲେଜ ପରିସରରେ ଶାନ୍ତି ଭଙ୍ଗ ହୋଇଛି । ଏହି ମାମଲା ନେଇ କଲେଜ କର୍ତ୍ତୃପକ୍ଷ ଆଗାମୀ ଅକ୍ଟୋବର ୨୨ରେ ପଚରାଉଚରା କରିବ । ଏହା ପରେ ଛାତ୍ରୀଙ୍କୁ ବହିଷ୍କାର କରାଯିବା ନେଇ ଅନ୍ତିମ ନିଷ୍ପତ୍ତି ନିଆଯିବ । କଲେଜ ପରିସର ଲୋକତନ୍ତ୍ର ବିରୋଧରେ ବୋଲି ମାଲତୀ କହିଛନ୍ତି ।