ଅଧାରେ ରହିଗଲା ଆଇଏଏସ ହେବାର ସ୍ୱପ୍ନ ! ଭଡା ଘରୁ ମିଳିଲା ଛାତ୍ରୀଙ୍କ ମୃତଦେହ, ପରିବାରର ଅଭିଯୋଗ, ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିଲା ଯୁବକ

66

କନକ ବ୍ୟୁରୋ : ଭୁବନେଶ୍ୱର ନ୍ୟୁ ଫରେଷ୍ଟ ପାର୍କର ପ୍ଲଟ ନମ୍ବର ୧୫୦୬ରୁ ଆଜି ଜଣେ ଛାତ୍ରୀଙ୍କ ମୃତ ଦେହକୁ ପୁଲିସ ଉଦ୍ଧାର କରିଛି । ମୃତ ଛାତ୍ରୀ ଜଣକ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଯୁକ୍ତ ୩ର ବିଜ୍ଞାନ ଛାତ୍ରୀ । ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ପୁଲିସ ଜାଣିବାକୁ ପାଇଛି । ତେବେ ପରିବାର ଲୋକଙ୍କ ଅଭିଯୋଗ, ଜଣେ ଯୁବକଙ୍କ ସହ ଗତକାଲି ତାଙ୍କ ଝିଅଙ୍କ ଫୋନରେ କଥା କଟାକଟି ହୋଇଥିଲା । ସୁଶ୍ରୀ ସଙ୍ଗିତା ମଲ୍ଲିକ । ବାପା ମ।।ଙ୍କ ସ୍ୱପ୍ନ ଥିଲା ଝିଅ ହେବ ଆଇଏଏସ୍ । ସୁଶ୍ରୀ ବି ଆଇଏଏସ ପାଇଁ ପ୍ରସ୍ତୁତ୍ ହେଉଥିଲେ । ହଠାତ୍ ଆସିଲା ୟୁ ଟର୍ଣ୍ଣ । ଖବର ଆସିଲା ସୁଶ୍ରୀ ଆଉ ନାହାଁନ୍ତି ସୁଶ୍ରୀ ରହୁଥିବା ଫରେଷ୍ଟ ପାର୍କର ଭଡାଘରୁ ମିଳିଲା ଝୁଲନ୍ତା ମୃତ ଦେହ । ଏହି ଖବର ଯେମିତି ଦେହାଲାଇ ଦେଲା ପରିବାରର ମେରୁଦଣ୍ଡ । ଆଉ ଅଧାରେ ରହିଗଲା ସୁଶ୍ରୀଙ୍କ ଆଇଏଏସ୍ ବନିବାର ସ୍ୱପ୍ନ ।

ପରିବାରର ଅଭିଯୋଗ, ଜଣେ ଯୁବକ ପ୍ରବର୍ତାଇବାରୁ ସୁଶ୍ରୀ ଆତ୍ମହତ୍ୟା କରିଛନ୍ତି । ସୁଶ୍ରୀ ଓ ତାଙ୍କ ଭଉଣୀ ୧ ବର୍ଷ ହେବ ଭୁବନେଶ୍ୱରର ରହି ଆସୁଥିଲେ । ଜଣେ ଯୁବକ ସୋମବରା ରାତି ତମାମ ସୁଶ୍ରୀଙ୍କ ସହ କଥା ହେଉଥିଲା । ରାତି ୪ଟା ପର୍ଯ୍ୟନ୍ତ ସେ ଫୋନରେ ଯୋଗାଯୋଗରେ ଥାନ୍ତି । ସାମାନ୍ୟ କିଛି କଥାକୁ ନେଇ କଥା କଟାକଟି, ଏପରିକି କଳି ଝଗଡା ପର୍ଯ୍ୟନ୍ତ କଥାଯାଇଥିଲା । ଆଉ ସୁଶ୍ରୀ ଭିତରପଟୁ କବାଟ ବନ୍ଦ କରି ଅଲଗା ଶୋଇ ପଡିଥିଲେ । ଆଉ ସକାଳୁ ତାଙ୍କ ଝୁଲନ୍ତା ମୃତ ଦେହ ମିଳିଥିଲା । ସେହି ଯୁବକର କଥା ସହି ନପାରି ସୁଶ୍ରୀ ଆତ୍ମହତ୍ୟା କରିଥିବା ନେଇ ପୁଲିସକୁ ରିପୋର୍ଟ ଦେଇଛନ୍ତି ପରିବାର ଲୋକେ ।

ସନ୍ଦେହ ଘରରେ ଅଧ ରାତିର ଫୋନ୍ କଲ ? ଯୁବକ ଜଣକ ସୁଶ୍ରୀଙ୍କ ସହ କଣ କଥା ହୋଇଥିଲେ? ଏମିତି କେଉଁ କଥାକୁ ନେଇ ଉଭୟଙ୍କ ଭିତରେ ଝଗଡା ହୋଇଥିଲା? କାହିଁକି ଜୀବନ ହାରିଲେ ସୁଶ୍ରୀ ? କଣ ଥିଲା ସେ ଘଟଣା ଯାହା ତାଙ୍କ ଆଇଏଏସ୍ ସ୍ୱପ୍ନକୁ ଅଧାରେ ରଖିଦେଲା ? ଏତମାମ ଦିଗକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି ।