ସାର୍ଟ ପାଇଁ ବଟନ୍ ନାହିଁ ! ୟୁନିଫର୍ମରେ ତାଲା ଲଗାଇ ସ୍କୁଲ ଆସିଲେ ବାଳକ

29

ଉତ୍ତରପ୍ରଦେଶରର ଏକ ସରକାରୀ ବିଦ୍ୟାଳୟର ଜଣେ ଛାତ୍ରର ଫଟୋ ସୋସିଆଲ ମିଡିଆରେ ଏବେ ଖୁବ ଭାଇରାଲ ହୋଇଛି । ବାନ୍ଦା ଜିଲ୍ଲାର ମୋଗରିଆ ଗାଁର ମାଧ୍ୟମିକ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ପଢୁଥିବା ଶତ୍ରୁହନ ନିଷାଦ ଖୁବ ନିଆରା ଅନ୍ଦାଜରେ ଆସିଥିଲେ ସ୍କୁଲ । ସେ ସାର୍ଟରେ ବଟନ ବଦଳରେ ତାଲା ଲଗାଇ ସ୍କୁଲ ପହଞ୍ଚିଥିଲେ । ଯେତେବେଳେ ଶିକ୍ଷକ ଏନେଇ ତା’କୁ ପ୍ରଶ୍ନ କରିଥିଲେ ଶତ୍ରୁହନ ଉତ୍ତର ଦେଇଥିଲା, ଗାଲି ଶୁଣିବାରୁ ବଞ୍ଚିବା ପାଇଁ ସେ ଏପରି କରିଛି ।

କାରଣ ତା’ ପାଖରେ ଥିଲା କେବଳ ଗୋଟିଏ ୟୁନିଫର୍ମ ଯାହାକୁ ସେ ପ୍ରତିଦିନ ପିନ୍ଧି ସ୍କୁଲ ଆସୁଥିଲା । ଶତ୍ରୁହନର ପରିବାର ଲୋକଙ୍କ କହିବା ଅନୁସାରେ ତାକୁ ସେହି ସାର୍ଟଟି କିଛି ବର୍ଷ ପୂର୍ବ ସ୍କୁଲରୁ ମିଳିଥିଲା । ଏବେ ସାର୍ଟଟି ପୁରା ଫାଟି ଯାଇଛି ଏବଂ ସାର୍ଟର ଦୁଇଟି ବଟନ ମଧ୍ୟ ନାହିଁ । ଘରେ ମଧ୍ୟ ବଟନ ଲଗାଇବା ପାଇଁ ଅର୍ଥ ନାହିଁ । ଶତ୍ରୁହନ ସ୍କୁଲବନ୍ଦ କରିବାକୁ ଚାହୁଁ ନଥିବାରୁ ବଟନ ବଦଳରେ ତାଲା ଲଗାଇ ସ୍କୁଲରେ ପହଞ୍ଚିଥିଲା ।

ତାକୁ ଲାଗିଲା କି ଏପରି କରିବା ଦ୍ୱାରା ତାକୁ ଶିକ୍ଷକ ଗାଳି କରିବେ ନାହିଁ । ଆଉ ଏକ ଜାଗାରେ ମଧ୍ୟ ବଟନ ନଥବାରୁ, ସେହି ଜାଗାରେ ସେ ଏକ ତାର ବାନ୍ଧି ସ୍କୁଲ ଆସିଥିଲା । ଏପରି ହାଲତ ଦେଖି ଶିକ୍ଷକ ତା’ର ଏକ ଫଟୋ ଉଠାଇଥିଲେ ଏବଂ ଏବେ ସେହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ଏପରି ଘଟଣାକୁ ନେଇ ସାମାଜିକ କାର୍ଯ୍ୟକର୍ତ୍ତା ଆଶିଷ କୁମାର କହିଛନ୍ତି ସରକାର ୟୁନିଫର୍ମ ବାଣ୍ଟୁଛନ୍ତି । ଅନେକ ନୂତନ ଯୋଜନା ମଧ୍ୟ ଛାତ୍ରଙ୍କ ପାଇଁ ଆରମ୍ଭ କରୁଛନ୍ତି ସରକାର । ସରକାରଙ୍କ ଏତେ ଯୋଜନା ପରେ ମଧ୍ୟ ଏପରି ଦୟନୀୟ ଅବସ୍ଥାରେ ଗତି କରୁଛନ୍ତି ପିଲମାନେ ।