ରାଜଧାନୀରେ ଡ୍ରଗ୍ସ ନେଲା ଜୀବନ : ନିଶା କାରବାରର ମାୟାଜଲ ବିଛାଇଥିବା ଇଂଜିନିୟରିଂ ଛାତ୍ରଙ୍କ ହେଲା ପର୍ଦ୍ଦାଫାଶ

19

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜଧାନୀରେ ଡ୍ରଗ୍ସ ନେଲା ଜୀବନ । ଡ୍ରଗ୍ସ ଖାଇ ପ୍ରାଣ ହରାଇଛନ୍ତି ଜଣେ ଯୁବକ । ଗତକାଲିର ଏହି ଘଟଣା ପରେ ଆଜି ସାମ୍ନାକୁ ଆସିଛି ଏହାର ନେଟୱର୍କ । କଲେଜରେ ନିଶା କାରବାରର ମାୟାଜଲ ବିଛାଇଥିବା ଇଂଜିନିୟରିଂ ଛାତ୍ରଙ୍କ ପର୍ଦାଫାଶ ହୋଇଛି । ସଂପୃକ୍ତ ଯୁବକଙ୍କ ପାଖରୁ କିଛି ଡ୍ରଗ୍ସ ପ୍ୟାକେଟ ଜବତ ହୋଇଛି । ଡ୍ରଗ୍ସ କାରବାର ନେଇ ଯୁବକଙ୍କୁ ନିସ୍ତୁକ ମାଡ ମାରିଛନ୍ତି ଅନ୍ୟ ଛାତ୍ର । ଏହାପରେ ତାକୁ ପୋଲିସ ଜିମା ଦିଆଯାଇଛି ।