ମଧ୍ୟାହ୍ନ ଭୋଜନରେ ଭାତ ସାଙ୍ଗରେ ନିଇତି ଅଣ୍ଡା ଖାଇବେ ଛାତ୍ରଛାତ୍ରୀ: କେନ୍ଦୁଝରରେ ପୋଷକ ଯୋଜନାର ଶୁଭାରମ୍ଭ କରି ପିଲାଙ୍କ ଖାଦ୍ୟ ଖାଇଲେ ଗଣଶିକ୍ଷା ମନ୍ତ୍ରୀ

68

କନକ ବ୍ୟୁରୋ: ଏଣିକି ମଧ୍ୟାହ୍ନ ଭୋଜନରେ ଭାତ ସାଙ୍ଗରେ ନିଇତି ଅଣ୍ଡା ଖାଇବେ ଛାତ୍ରଛାତ୍ରୀ । ମଧ୍ୟାହ୍ନ ଭୋଜନର ଗୁଣାତ୍ମକମାନ ବୃଦ୍ଧି ଯୋଗୁଁ କେନ୍ଦୁଝରରେ ପୋଷକ ଯୋଜନା ଆରମ୍ଭ କରାଯାଇଛି । ଆଜି କେନ୍ଦୁଝରରେ ଏହି ଯୋଜନାର ଶୁଭାରମ୍ଭ କରି ପିଲାଙ୍କ ଖାଦ୍ୟ ଖାଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ସ୍କୁଲରେ ଛାତ୍ରଛାତ୍ରୀଙ୍କ ସହ ଏକାଠି ବସି ମଧ୍ୟାହ୍ନ ଭୋଜନ ଖାଇଛନ୍ତି ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର, ଜିଲ୍ଲାପାଳ ଆଶିଷ ଠାକରେ, ସଦର ଓ ପାଟଣା ବିଧାୟକ ।

ପୋଷଣ ଯୋଜନାରେ ପ୍ରାରମ୍ଭୀକ ପର୍ଯ୍ୟୟରେ ଜିଲ୍ଲାର ୨୮୭୦ ବିଦ୍ୟାଳୟର ୨ ଲକ୍ଷ ୩୦ ହଜାର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ପ୍ରତିଦିନ ଖାଇବାକୁ ଅଣ୍ଡା ଦିଆଯିବାକୁ ସ୍ଥିର କରାଯାଇଛି । ପରବର୍ତୀ ସମୟରେ ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ ଦିଆଯିବ । ଏହାଦ୍ୱାର ଛାତ୍ରଛାତ୍ରୀଙ୍କ ପୋଷଣ ଜନିତ ସମସ୍ୟା ଦୂର ହେବା ସହ ଏକ ସୁସ୍ଥକର ଭବିଷ୍ୟତ ଗଙ୍ଘିବାରେ ସହୟାକ ହେବ । ଏହି ଯୋଜନା ପାଇଁ କେନ୍ଦୁଝର ଜିଲ୍ଲାର ଖଣିଜ ପାଣ୍ଠିରୁ ବାର୍ଷିକ ୧୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।