ବାଣୀବିହାରରେ ପୁଣି ହୋଇପାରେ ଛାତ୍ର ସଂସଦ ନିର୍ବାଚନ ! ସୂଚନା ଦେଲେ ସିଡିସି

24

କନକ ବ୍ୟୁରୋ : ବାଣୀବିହାରରେ ପୁଣି ହୋଇପାରେ ଛାତ୍ର ସଂସଦ ନିର୍ବାଚନ । ଆଜି ଛାତ୍ର ବିଜେଡି ଓ ଉକ୍ରଳ ବିଶ୍ୱବଦ୍ୟାଳୟ କର୍ତୁପକ୍ଷଙ୍କ ସହ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି କଲେଜ ଉନ୍ନୟନ କମିଟିର ଅଧ୍ୟକ୍ଷ ସନ୍ତୋଷ ତ୍ରୀପାଠି । ଏନେଇ କୁଳାଧିପତି, ରାଜ୍ୟ ସରକାର, ପୋଲିସ ପ୍ରଶାସନ, ଅଡଭୋକେଟ ଜେନେରାଲ ଏବଂ ଆଶାୟୀ ପ୍ରାର୍ଥୀଙ୍କ ସହ ଆଲୋଚନା ପରେ ନିଷ୍ପତି ନିଆଯିବ ବୋଲି କହିଛନ୍ତି ସିଡିସି ।

ଅନ୍ୟପଟେ ଉକ୍ରଳ ବିଶ୍ୱବଦ୍ୟାଳୟରୁ ସାଇନ-ଏ-ଡାଏ ଉଠିଲା ପରେ ବି ସ୍ୱାଭାବିକ ହୋଇପାରିଲାନି ପାଠପଢା । ସାଇନ-ଏ-ଡାଏ ଉଠିବାର ପ୍ରଥମ ଦିନରୁ ହିଁ ପୁନଃ ନିର୍ବାଚନ କରିବା ଦାବିରେ ଉତେଜନା ଦେଖାଦେଇଥିଲା । ଛାତ୍ର ବିଜେଡି ପକ୍ଷରୁ କୁଳପତିଙ୍କ ଅଫିସ ଘେରାଉ କରାଯାଇଥିଲେ । ପ୍ରାୟ ୩ ଘଂଟାର ବିକ୍ଷୋଭ ପରେ କୁଳପତି ଓ ଛାତ୍ର ବିଜେଡି ମଧ୍ୟରେ ଆଲୋଚନା ହୋଇଥିଲା । ଗତମାସରେ ଛାତ୍ର ସଂସଦ ନିର୍ବାଚନ ପୂର୍ବର ୁ କ୍ୟାମ୍ପସରେ ଘନ ଘନ ବୋମାମାଡ ହୋଇଥିଲା । ଫଳରେ ରାତିଅଧିଆ କ୍ୟାମ୍ପସକୁ ସାଇନ-ଏ-ଡାଏ ଘୋଷଣା କରାଯାଇଥିଲା । ଏହାକୁ କେନ୍ଦ୍ରକରି କ୍ୟାମ୍ପସରେ ପୋଡାଜଳା ଓ ଭଙ୍ଗାରୁଜା ହୋଇଥିଲା ।