ପରୀକ୍ଷା ହଲରେ ପ୍ରଶ୍ନପତ୍ର ଦେଖି ଛାତ୍ରଙ୍କୁ ଆସିଲା ହାର୍ଟଆଟାକ୍ ! ଘଟଣାସ୍ଥଳରେ ଚାଲିଗଲା ଜୀବନ ।

463

ପରୀକ୍ଷା ହଲରେ ଚାଲିଗଲା ପରୀକ୍ଷାର୍ଥୀଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦ ଠାରେ । ଆଉ ମୃତ୍ୟୁର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ହାଇଦ୍ରାବାଦରେ ଯୁକ୍ତ ୨ ବୋର୍ଡ ପରୀକ୍ଷା ଦେଉଥିବା ଜଣେ ଛାତ୍ରଙ୍କର ପରୀକ୍ଷା ହଲରେ ହିଁ ମୃତ୍ୟୁ ହୋଇଛି । ଛାତ୍ରଙ୍କ ମୃତ୍ୟୁ ପରେ ସେଠାରେ ଥିବା ଅନ୍ୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନେ ସ୍ତବ୍ଧ ହୋଇଯାଇଥିଲେ ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଶ୍ନପତ୍ର ମିଳିବା ପରେ ୧୬ ବର୍ଷୀୟ ଗୋପୀ ରାଜୁ ଉତ୍ତର ଖାତାରେ ଉତ୍ତର ଲେଖୁଥିଲେ । ଆଉ ଏହି ସମୟରେ ସେ ହଠାତ ତଳେ ପଡିଯାଇଥିଲା । ଏହା ପରେ ତୁରନ୍ତ ତାକୁ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ହିଁ ତାର ମୃତ୍ୟୁ ହୋଇସାରିଥିଲା । ଏହି ଘଟଣା ହେଉଛି, ସିକନ୍ଦରାବାଦର ପରୀକ୍ଷା କେନ୍ଦ୍ର ଶ୍ରୀ ଚୈତନ୍ୟ କଲେଜର ଅଟେ । ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ, କୁହାଯାଉଛି ଯେ, ଗୋପି ରାଜୁର ମୃତ୍ୟୁ ହୃଦଘାତ କାରଣରୁ ହୋଇଛି । ଘଟଣା ପରେ ଛାତ୍ରର ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ପୋଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।

Comments are closed.