ଗଣେଷ ପୂଜା ପାଇଁ ସଜବାଜ କରୁଥିବା ବେଳେ ଡେସ୍କରୁ ପଡି ଛାତ୍ର ମୃତ

66

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ଅନ୍ତର୍ଗତ ଦେଉଳିପଡା ଗାଁରେ ଘଟିଛି ଅଭାବନୀୟ ଘଟଣା। ସ୍କୁଲରେ ଗଣେଷ ପୂଜା ପାଇଁ ସଜବାଜ କରୁଥିବା ବେଳେ ଡେସ୍କରୁ ପଡି ନବମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ହେଉଛନ୍ତି ଓରତ ଗ୍ରାମର ଜ୍ଞାନେନ୍ଦ୍ର ମଳିକ ଦେଉଳିପଡାରେ ଗଜେଶ୍ୱର ବିଦ୍ୟାପୀଠରେ ନବମ ଶ୍ରେଣୀର ଛାତ୍ର ।

ଗଣେଷ ପୂଜା ପୂର୍ବଦିନ ସ୍କୁଲରେ ଡେସ୍କ ଉପରେ ଫୁଲ ସଜାଉଥିବା ବେଳେ ଖସିପଡି ଆହତ ହୋଇଥିଲେ ଜ୍ଞାନେନ୍ଦ୍ର । ପ୍ରଥମେ କେନ୍ଦ୍ରାପଡା ମେଡିକାଲ ନିଆ ଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ବଡ ମେଡିକାଲ ନିଆଯାଇଥିଲା । ତେବେ ଗତକାଲି ଚିକିତ୍ସାଧିନ ଅବସ୍ଥାରେ ଜ୍ଞାନେନ୍ଦ୍ରର ମୃତ୍ୟୁ ହୋଇଛି । ଖବରପାଇ ସ୍ଥାନୀୟ ଲୋକେ ଓରତ ବ୍ରିଜ ଉପରେ ରାସ୍ତାରୋକ କରିଥିବା ବେଳେ ଏହି ଘଟଣାରେ ଶିକ୍ଷକଙ୍କ ଦାୟିତ୍ୱ ହିନତାକୁ ଦାୟି କରିଛନ୍ତି । ସଂପୃକ୍ତ ଶିକ୍ଷକଙ୍କୁ ଗିରଫ କରିବା ସହ ସରକାରୀ ସହାୟତା ଦାବି କରିଛନ୍ତି ଆନ୍ଦୋଳନକାରୀ ଗ୍ରାମବାସୀ ।