ରାଉରକେଲାରେ ଅଘଟଣ : କୋଏଲନଦୀ ଘାଟରେ ବୁଡି ଜଣେ ଛାତ୍ରଙ୍କ ମୃତ୍ୟୁ

20

ରାଉରକେଲା ବ୍ୟୁରୋ ,କନକ ନ୍ୟୁଜ୍ : ରାଉରକେଲାରେ ଅଘଟଣ । କୋଏଲନଦୀ ଘାଟରେ ବୁଡି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ର ହେଲେ ଜଗଦା ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ର ବିନାୟକ ବିଶ୍ୱାଳ । ସେ ତାଙ୍କ ସାଙ୍ଗଙ୍କ ସହ ଝିରପାଣି ପମ୍ପ ହାଉସ ନିକଟ ଘାଟିକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି । ଖବର ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମ ବିଭାଗ ପହଂଚି ମୃତଦେହ ଉଦ୍ଧାର କରିଛି । ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।