ଋଷି ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଓ ବିଜେଡି ସାଂସଦ ରବୀନ୍ଦ୍ର ଜେନାଙ୍କ ଗିରଫ ଦାବି କରି ସିବିଆଇ ଅଫିସ୍ ଘେରିଛି ଯୁବ ଓ ଛାତ୍ର କଂଗ୍ରେସ

30

କନକ ବ୍ୟୁରୋ : ଋଷି ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଓ ବିଜେଡି ସାଂସଦ ରବୀନ୍ଦ୍ର ଜେନାଙ୍କ ଗିରଫ ଦାବି କରି ସିବିଆଇ ଅଫିସ୍ ଘେରିଛି ଯୁବ ଓ ଛାତ୍ର କଂଗ୍ରେସ । ଯୁବ ଓ ଛାତ୍ର କଂଗ୍ରେସ ମିଳିତ ଭାବେ ସିିବିଆଇ ଅଫିସ ଘେରାଉ କରିଥିବାବେଳେ ପୁଲିସ ସହ ମୁହାଁମୁହିଁ ହୋଇଛନ୍ତି ।

ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ବିବାଦୀୟ ଯୈାନ କେଳଙ୍କାରୀ ସିଡି ମାମଲା ଓ ଋଷି ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ଦାବି କରି ଛାତ୍ର କଂଗ୍ରେସ କର୍ମୀ ରାସ୍ତା ଅବରୋଧ କରିଛନ୍ତି । ସେପଟେ ଚିଟଫଣ୍ଡ ଠକେଇରେ ସଂପୃକ୍ତò ଥିବା ବାଲେଶ୍ୱରର ବିଜେଡି ସାଂସଦ ରବୀନ୍ଦ୍ର ଜେନାଙ୍କ ଗିରଫ ଦାବି କରିଛି ଯୁବ କଂଗ୍ରେସ । ସିବିଆଇ ଏସପିଙ୍କୁ ଭେଟି ସେମାନେ ଦାବିପତ୍ର ପ୍ରଦାନ କରିଛନ୍ତି ।

ଦେଖନ୍ତୁ ଏହି ଭିଡିଓ –