ଭୁବନେଶ୍ୱର: ଖଦି ବୋର୍ଡ କ୍ୟାଲେଣ୍ଡରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛି ଛାତ୍ର କଂଗ୍ରେସ

36

କନକ ବ୍ୟୁରୋ : ଭୁବନେଶ୍ୱରରେ ଛାତ୍ର କଂଗ୍ରେସର ବିକ୍ଷୋଭ । ଖଦି ବୋର୍ଡ କ୍ୟାଲେଣ୍ଡରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋକୁ ନେଇ ରାସ୍ତାକୁ ଓହ୍ଲାଇଛି ଛାତ୍ର କଂଗ୍ରେସ । ପୂର୍ବରୁ ଏଥିରେ ଗାନ୍ଧିଙ୍କ ଫଟୋ ରହୁଥିବା ବେଳେ ଏହା ସ୍ଥାନରେ ଆଧୁନିକ ଚରଖା ସହ ମୋଦିଙ୍କ ଫଟୋ ସ୍ଥାନ ପାଇଛି । ଯାହାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ହୋଇଥିବା ବେଳେ ଆଜି ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରିଛି ଛାତ୍ର କଂଗ୍ରେସ । ମୋଦିଙ୍କୁ ଓଡିଶାରେ ପୁରାଇ ଦିଆଯିବନି ବୋଲି କହିଛନ୍ତି ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ । ବିକ୍ଷୋଭକାରୀଙ୍କୁ ପୋଲିସ ଅଟକାଇବାରୁ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :