ଛାତ୍ର କଂଗ୍ରେସ ସଭାପତି ଇତିଷ ପ୍ରଧାନଙ୍କ ନାମରେ ନୟାପଲ୍ଲୀ ଥାନାରେ ଏତଲା ଦେଲେ ସାମାଜିକ କର୍ମୀ

62

କନକ ବ୍ୟୁରୋ: ଛାତ୍ର କଂଗ୍ରେସ ସଭାପତି ଇତିଷ ପ୍ରଧାନଙ୍କ ନାମରେ ଏତେଲା । ନୟାପଲ୍ଲୀ ଥାନାରେ ଏତଲା ଦେଲେ ସାମାଜିକ କର୍ମୀ ସ୍ନୀଗ୍ଧା ସାହୁ । ତାଙ୍କ ଫଟୋକୁ ଫେସ୍ ବୁକ ରୁ ନେଇ ଗଣମାଧ୍ୟମରେ ଦେଖାଇଥିବାରୁ ଏବଂ ଖବରକାଗଜ ରେ ବାହାର କରିଥିବାରୁ ତାଙ୍କର ସମ୍ମାନ ହାନି ହୋଇଛି ।

ତେବେ, ସେ କଂଗ୍ରେସ ତରଫରୁ କର୍ପୋରେଟର ପାଇଁ ପ୍ରାର୍ଥୀ ହୋଇଥିଲେ । ଏଯାଏଁ ବିଜେଡିର ସଦସ୍ୟ ହୋଇନାହାନ୍ତି । ତାଙ୍କୁ ମେୟରଙ୍କ ପାଖଲୋକ କହି ତାଙ୍କର ଫଟୋକୁ ଗଣମାଧ୍ୟମରେ ପ୍ରଚାର କରିଥିବାରୁ ସେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ।