ଗୋଲଡେନ ବାବା-ବିଜେଡି ଲିଙ୍କ ଅଭିଯୋଗରେ ଛାତ୍ର କଂଗ୍ରେସର ବିକ୍ଷୋଭ: ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୁଲିସ ଉପରୁ ଅଣ୍ଡା ଓ ଟମାଟୋ ମାଡ

96

କନକ ବ୍ୟୁରୋ: ଗୋଲଡେନ ବାବା ଓ ବିଜେଡି ଲିଙ୍କ ଅଭିଯୋଗରେ ଛାତ୍ର କଂଗ୍ରେସର ଆନ୍ଦୋଳନ । କଂଗ୍ରେସ ଭବନରୁ ଆଜି ଏକ ରାଲି ବାହାରି ନବୀନ ନିବାସ ଘେରାଉ ପାଇଁ ଯିବା ବେଳେ ଅଧାବାଟରେ ଅଟକାଇଥିଲା ପୁଲିସ । ଶିଶୁ ଭବନ ଛକ ନିକଟରେ ପୁଲିସ ଛାତ୍ର କଂଗ୍ରେସ କର୍ମୀଙ୍କୁ ଅଟକାଇ ଉଦ୍ୟମ କରିଥିବା ବେଳେ ଘଟଣା ସ୍ଥଳରେ ଉତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।

ଛାତ୍ର କଂଗ୍ରେସ କର୍ମୀ ମାନେ ବ୍ୟାରିକେଡ ଭାଙ୍ଗି ଧସେଇ ପଶିଥିଲେ । ଫଳରେ ଘଟଣା ସ୍ଥଳରେ ପୁଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି । ପୁଲିସ ଉପରକୁ ଆନ୍ଦୋଳନକାରୀ ମାନେ ଅଣ୍ଡା ଓ ଟମାଡୋ ମାଡ କରିଥିଲେ । ପୁଲିସ ଶତାଧିକ ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି ।

ଉଲ୍ଲେଖ ଥାଉ କି, କିଛି ନେତାଙ୍କ ସହ ଗୋଲଡେନ ବାବାଙ୍କ ଫଟୋ ଭାଇରାଲ ହେବା ପରେ ପ୍ରେସମିଟ କରି ଗୋଲଡେନ୍ ବାବା ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛି ଛାତ୍ର କଂଗ୍ରେସ । ସୋସିଆଲ ମିଡିଆରେ ଘୁରି ବୁଲୁଛି ଗୋଲଡେନ ବାବାଙ୍କ ସହ ନେତା ମନ୍ତ୍ରୀଙ୍କ ଫଟୋ ଭାଇରାଲକୁ ମୁଖ୍ୟ ପ୍ରସଙ୍ଗ କରିଛି ଛାତ୍ର କଂଗ୍ରେସ। ତେବେ ଗୋଟିଏ ମଂଚରେ ଏକାଠି ହୋଇ ଗୋଲଡେନ ବାବାଙ୍କ ସହ ମିଶି ମେୟର କମ୍ବଳ ବାଂଟୁଥିବାର ଫଟୋକୁ ନେଇ ବିରୋଧ କରିଛି ଛାତ୍ର କଂଗ୍ରେସ । ଫଟୋ କହୁଛି ମେୟର ଓ ଗୋଲଡେନ ବାବା ଥିଲେ କେତେ ଅନ୍ତରଙ୍ଗ ।ସେହିପରି ଗୋଲଡେନ ବାବାଙ୍କୁ ବିଜେଡି ର‌୍ୟାଲିରେ ଦେଖିବାକୁ ମିଳିଛି । ର‌୍ୟାଲିରେ ଦେବୀ ପ୍ରସାଦ ମିଶ୍ର, ବିଭୁତି ବଳବନ୍ତ ରାୟ ଓ ରାଜୁ ସାହୁ ବି ସାମିଲ ଅଛନ୍ତି । ହେବିୱେଟଙ୍କ ନାଁ ବିକି ଗୋଲଡେନ ବାବା ମାର୍କେଟରୁ ଟଙ୍କା ଉଠାଉଥିଲା ବୋଲି ଅଭିଯୋଗ ଆଣିଛି ଛାତ୍ର କଂଗ୍ରେସ ।