ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱ ବିଦ୍ୟାଳୟ ହଷ୍ଟେଲରେ ଛାତ୍ରଙ୍କ ଆତ୍ମହତ୍ୟା । ରୁମ୍ ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

38

କନକ ବ୍ୟୁରୋ: ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱ ବିଦ୍ୟାଳୟ ହଷ୍ଟେଲରେ ଛାତ୍ରଙ୍କ ଆତ୍ମହତ୍ୟା । ହଷ୍ଟେଲ ରୁମ୍ ଭିତରେ ବେକରେ ଗାମୁଛା ବାନ୍ଧି ଝୁଲୁଥିବା ଅବସ୍ଥାରେ ଛାତ୍ରଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଦେହକୁ ଉଦ୍ଧାର କରି ବୁର୍ଲା ମେଡିକାଲକୁ ନିଆଯାଇଥିଲା । ସେଠାରୁ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

ଶବ ବ୍ୟବଛେଦ ପରେ ଆଜି ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । କିଛି ଦିନ ତଳେ ଅନ୍ୟ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିଲା । ଛାତ୍ର ଜଣଙ୍କ ସିଭିଲ୍ ବିଭାଗର ତୃତୀୟ ବର୍ଷର ଛାତ୍ର ସୁଭ୍ରଜିତ ପ୍ରଧାନ । ତେଣୁ ବାରମ୍ବାର ଏଭଳି ଘଟଣା ଘଟିବା ଭିସୁଟ୍ କର୍ତୁପକ୍ଷଙ୍କୁ ସନ୍ଦେହ ଘେରକୁ ଟାଣୁଛି । ପୋଲିସ ତଦନ୍ତ ଆରମ୍ଭ କରିଛି ।