‘ ମୁଁ ମରିଯାଇଛି’ ଆତ୍ମହତ୍ୟା ପୂର୍ବରୁ ଫେସବୁକ ପୋଷ୍ଟ ! ବ୍ଲୁ ହ୍ୱେଲ ଗେମ ପ୍ରଭାବରେ ଆତ୍ମହତ୍ୟା ଆଶଙ୍କା

174

କନକ ବ୍ୟୁରୋ : କିଛି ଦିନର ନିରବତା ପରେ ପୁଣି ଫେରିଲା ବ୍ଲୁ ହ୍ୱେଲ ଆତଙ୍କ ।କେନ୍ଦ୍ରାପଡା ଅର୍ନ୍ତଗତ ମାର୍ଶାଘାଇ ବ୍ଲକରେ ଗତକାଲି କେଶବ ମଲିକ ନାମକ ଜଣେ ଛାତ୍ର ଲୁଣା ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର ପ୍ରକୃତ କାରଣ ଜଣା ପଡିନଥିଲେ ମଧ୍ୟ ବ୍ଲୁ ହ୍ୱେଲ ଗେମ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । କାରଣ ଆତ୍ମହତ୍ୟା କରିବା ପୂର୍ବରୁ ସେ ଫେସବୁକ ଆକାଉଣ୍ଟରେ ନିଜ ମୃତ୍ୟୁ ବିଷୟରେ ଉଲ୍ଲେଖ କରିଛନ୍ତି । ସେ ନିଜ ଫେସବୁକ ଆକାଉଣ୍ଟରେ ‘ମୁଁ ମରିଯାଇଛି’ ବୋଲି ଏକ ଷ୍ଟାଟସ ଲେଖି ପୋଷ୍ଟ କରିଥିଲେ । ବ୍ଲୁ ହ୍ୱେଲ ଗେମ ପ୍ରଭାବରେ କେଶବ ଏଭଳି ନିଷ୍ୱତି ନେଇଥିବା ଆଶଙ୍କା କରାଯାଉଛି । ପୁଲିସ ଏ ଦିଗରେ ଅଧିକ ତଦନ୍ତ ଜାରି ରଖିଛି ।

blue-whale-small_081717061404ସୂଚନା ଅନୁଯାୟୀ, ପାରାଚକ ଗ୍ରାମର କେଶବ ମଲିକ ସବୁଦିନ ପରି ଗତକାଲି ମଧ୍ୟ ଫୁଲ ତୋଳିବାକୁ କହି ଘରୁ ବାହାରି ଯାଇଥିଲେ । କିନ୍ତୁ ଆଉ ଘରକୁ ଫେରି ନଥିଲେ ।ଫୁଲ ତୋଳିବାକୁ କହି ଘରୁ ଆସିଥିବା କେଶବ ବସପୁର ନିକଟରେ ଥିବା ଲୁଣା ନଦୀକୁ ଡେଇଁ ପଡିଥିଲେ । ତେବେ ସ୍ଥାନୀୟ ଲୋକ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଦିନ ୨ଟା ବେଳକୁ ମୃତଦେହ ଉଦ୍ଧାର କରିଥିଲେ ।

କେଶବ ଆତ୍ମହତ୍ୟା କରିବା ପୂର୍ବଦିନ ବିଳମ୍ବିତ ରାତିରେ ତାଙ୍କ ଫେସବୁକ ଆକାଉଣ୍ଟରେ ‘ମୁଁ ମରିଯାଇଛି’ ବୋଲି ଲେଖି ପୋଷ୍ଟ କରିଥିଲେ । ଏହି ପୋଷ୍ଟକୁ କିଛି ସାଙ୍ଗ ଦେଖିଥିଲେ ମଧ୍ୟ ଏତେଟା ଗୁରୁତ୍ୱ ଦେଇନଥିଲେ । ଏହା ପୂର୍ବରୁ କିଛି ମାସ ତଳେ କେଶବ ନିଜ ହାତକୁ ମଧ୍ୟ କାଟିଥିବା ଜଣା ପଡିଛି । ଏସବୁ ଘଟଣାରୁ କେଶବ ବ୍ଲୁ ହ୍ୱେଲ ଗେମ ଖେଳୁଥିବା ଅନୁମାନ କରାଯାଉଛି ।