ଡେଞ୍ଜରସ୍ ସେଲ୍ଫିର ଡେଞ୍ଜରସ୍ ରେଜଲ୍ଟ ! ରେଳଡବା ଉପରେ ଫଟୋ ନେବା ବେଳେ ବିଦ୍ୟୁତ ଆଘାତରେ ଜଳିଗଲେ ଯୁବକ

78

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସେଲଫି ନେଉ ନେଉ ଜଳିଗଲା ଜଣେ ଇଞ୍ଜିନିୟର ଛାତ୍ର । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀରେ । ଅର୍ଧଦଗ୍ଧ ଅବସ୍ଥାରେ ଛାତ୍ର ଜଣକ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଶୁଣିଲେ ଆଶ୍ଚର୍ଯ୍ୟ ହେବେ ସେଲଫି ନେବାକୁ ଛାତ୍ର ଜଣକ ଏକ ମାଲବାହୀ ଟ୍ରେନ୍ ଉପରେ ଚଢି ଯାଇଥିଲେ ।

ରାଜଧାନୀର ଏକ ସରକାରୀ ଇଞ୍ଜିନିୟରିଂ କଲେଜର ଛାତ୍ର ଶୁଭେନ୍ଦୁ ନାୟକ । ମଂଚେଶ୍ୱର ରେଳଡବା କାରଖାନାର ପଛ ପାଖକୁ ଗତକାଲି ଶୁଭେନ୍ଦୁ ନିଜ କିଛି ସାଥୀଙ୍କ ସହ ଯାଇଥିଲେ । ରେଳ ପଟ୍ରିରେ ମୋବାଇଲ୍ କ୍ୟାମେରାରେ ଚାଲିଥିଲା ଫଟୋ ସେସନ୍ । ଆଉ ଏହି ସମୟରେ ଏକ ଡେଞ୍ଜରସ୍ ସେଲ୍ଫି ନେବାକୁ ଏକ ମାଲବାହୀ ଟ୍ରେନର ଡବା ଉପରେ ଚଢିଯାଇଥିଲେ ଶୁଭେନ୍ଦୁ । ହେଲେ ସେଲ୍ଫି ନେଉ ନେଉ ଆସି ଯାଇଥିଲେ ୨୫ କେଭି ବିଦ୍ୟୁତଥ ତାର ସଂସ୍ପର୍ଶରେ । ଆଉ ଡବା ଉପରୁ କଚାଡି ହୋଇ ପଡିଥିଲେ । ସାଥୀମାନେ ପାଖକୁ ଆସିବା ବେଳକୁ ଶୁଭେନ୍ଦୁ ୬୦ % ଜଳି ଯାଇଥିଲେ । ମୁଣ୍ଡରେ ଶକ୍ତ ଆଘାତ ଲାଗିବା ଫଳରେ ଚେତାଶୂନ୍ୟ ହୋଇ ପଡିଥିଲେ।

ଚପଳ ମନର ଚଂଚଳତା ଯୋଗୁଁ ଶୁଭେନ୍ଦୁ ଆଜି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଆଉ କରୁଣ ଆଖିରେ ଲୁହର ବନ୍ୟାକୁ ଆକଟ କରିବାକୁ ଚେଷ୍ଟା କରି ଭାଙ୍ଗି ପଡିଛନ୍ତି ଶୁଭେନ୍ଦୁଙ୍କ ବାପା ।

ଏହା ସହ ଦେଖନ୍ତୁ ମହଙ୍ଗା ପଡିଲା ସେଲଫି ନିଶା : ଫଟୋ ଉଠାଇବାବେଳେ କାମୁଡିଲା ଅଜଗର