ନିଷ୍ଠୁର ସାଜିଲେ ଶିକ୍ଷକ : ମାଡ ମାରି କ୍ଷତବିକ୍ଷତ କଲେ ଛାତ୍ରଙ୍କୁ

50

କନକ ବ୍ୟୁରୋ : ନିଷ୍ଠୁର ସାଜିଲେ ଶିକ୍ଷକ । ମାଡ ମାରି ଲହୁଲୁହାଣ କଲେ ଛାତ୍ରଙ୍କୁ । ସରକାରୀ ନିୟମ ଅନୁଯାୟୀ ଶିକ୍ଷକ ସ୍କୁଲରେ ପିଲାଙ୍କୁ ମାଡ଼ ମାରି ପାରିବେନି । କିନ୍ତୁ ସବୁ ଆଇନ କାନନୁକୁ ବେଖାତିର କରି ନିର୍ଦ୍ଦୟ ଭାବେ ୨ଜଣ ଛାତ୍ରଙ୍କୁ ପିଟିଛନ୍ତି ଶିକ୍ଷକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ  । ଶିକ୍ଷକଙ୍କ ମାଡ଼ରେ ଆହତ ହୋଇଛନ୍ତି ଦୁଇ ଛାତ୍ର  ।

ପିଲାଙ୍କ ପିଠିରେ ବେତ ପାହାରର ଚିହ୍ନ । ଶିକ୍ଷକଙ୍କ ମାଡରେ ଫାଟି ଯାଇଛି ପିଲାଙ୍କ ପିଠି । ଆହତ ହୋଇଛନ୍ତି ଉଭୟ ଛାତ୍ର । ସରକାରୀ ନିୟମକୁ ଖୋଲାଖୋଲି ଉଲଂଘନ କରି ନିଷ୍ଠୁର ଭାବେ ପିଟିଛନ୍ତିି ଶିକ୍ଷକ । ପାଠ କରିନଥିବାରୁ ସ୍କୁଲର ବିଜ୍ଞାନ ଶିକ୍ଷକ ଦୁଇ ପିଲାଙ୍କୁ ବେତରେ ମାରି ତାଙ୍କ ପିଠି ପଠେଇ ଦେଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବନ୍ଧଗାଁ ତଳସାହି ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲରେ ।

ଶିକ୍ଷକଙ୍କ ମାଡରେ ଆହତ ହୋଇଥିବା ଦୁଇ ଛାତ୍ର ହେଉଛନ୍ତି ସୌମ୍ୟରଞ୍ଜନ ରାଓ ଏବଂ ସୁଧାଂଶୁ ଶେଖର ରାଓ । ସୋ÷ମ୍ୟରଞ୍ଜନ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିବାବେଳେ ସୁଧାଂଶୁ ନବମ ଶ୍ରେଣୀର ଛାତ୍ର । ଉଭୟ ପାଠ କରିନଥିବାରୁ ସ୍କୁଲର ବିଜ୍ଞାନ ଶିକ୍ଷକ ବସନ୍ତ ମଲ୍ଲିକ ଉଭୟଙ୍କୁ ପିଟିଛନ୍ତି । ମାଡ଼ରେ ପିଲାଙ୍କ ଦେହରେ ଗଭୀର କ୍ଷତ ହୋଇଥିବାର ଦେଖିବାକୁ ମିଳିଛି । ପରିବାର ଲୋକ ଜାଣିବା ପରେ ଭଦ୍ରକ ଗ୍ରାମାଂଚଳ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ୍ ପକ୍ଷରୁ ଏନେଇ ତଦନ୍ତ ଆରମ୍ଭ ହୋଇଛି ।

ସବୁ ନିୟମକୁ ଭୁଲି ଛାତ୍ରଙ୍କୁ ଏଭଳି ନିଷ୍ଠୁର ଭାବେ ପିଟିବା କେତେ ଦୂର ଠିକ ଏହାର ହିସାବ ମାଗୁଛନ୍ତି ପିଲାଙ୍କ ପରିବାର ।

ଏହା ସହ ଦେଖନ୍ତୁ ଏହି ଭିଡିଓ –