ସ୍କୁଲରେ ଜୟ ଶ୍ରୀରାମ କହିବା ଅପରାଧ ! ଶ୍ରେଣୀ ଗୃହରେ ଜୟ ଶ୍ରୀରାମ କହିବାରୁ ଚାରି ଛାତ୍ରଙ୍କୁ ଗଛରେ ବାନ୍ଧି ପିଟିଲେ ପ୍ରଧାନ ଶିକ୍ଷକ ।

32

ସ୍କୁଲ ଶ୍ରେଣୀ ଗୃହରେ ଜୟ ଶ୍ରୀରାମ କହିବାରୁ ଚାରି ଜଣ ଛାତ୍ରଙ୍କୁ ଅତି ନିର୍ମମ ଭାବରେ ମାଡ ମାରିଛନ୍ତି ସ୍କୁଲର ପ୍ରଧାନ ଶିକ୍ଷକ । ଏହି ଅଭାବନିୟ ଘଟଣାଟି ଘଟିଛି ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲାର ଏକ ସ୍କୁଲରେ । ଚାରି ଜଣ ଛାତ୍ର ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଅଭିଯୋଗ କରିବା ପରେ ଏହି ଘଟଣାଟି ସମ୍ନାକୁ ଆସିଛି ।

ସୂଚନା ମୁତାବକ, ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲା ଶକ୍ତିପୁର ଅଞ୍ଚଳରେ ଥିବା ଏକ ବିଦ୍ୟାଳୟରେ ଗତ ଶୁକ୍ରବାର ଦିନ ଶୁଭମ ମଣ୍ଡଳ ଏବଂ ତାଙ୍କର ଆଉ ତିନିଜଣ ସାଥୀ ମିଶି ଅନ୍ୟ ଜଣେ ଛାତ୍ରଙ୍କ ସହ କୌଣସି ଏକ କାରଣକୁ ନେଇ ଝଗଡା କରିଥିଲା । ସେହି ଝାଗଡା ମଧ୍ୟରେ ଜଣେ ଛାତ୍ର “ସଲାମ ୱାଲେକମ” କହିଥିବା ବେଳେ ଶୁଭମ “ଜୟ ଶ୍ରୀରାମ” କହି ତାର ପ୍ରତିଉତ୍ତର ଦେଇଥିଲେ । ଏହି କଥାକୁ ନେଇ ଝଗଡା ଅଧିକ ତିବ୍ରତର ହୋଇଯାଇଥିବାରୁ ଘଟଣାଟି ପ୍ରଧାନ ଶିକ୍ଷକଙ୍କ ପାଖକୁ ଯାଇଥିଲା । ଏହା ପରେ ପ୍ରଧାନ ଶିକ୍ଷକ ଶୁଭମ ମଣ୍ଡଳଙ୍କ ସହ ତାଙ୍କ ଅନ୍ୟ ଚାରି ସାଥୀଙ୍କୁ ଗଛରେ ବାନ୍ଧି ଅତି ନିର୍ମମ ଭାବେ ମାଡ ମାରିଥିଲେ । ଯାହାଫଳରେ ଚାରିଜଣ ଛାତ୍ର ଗୁରୁତର ଆହତ ହୋଇଥିଲେ । ପରେ ତାଙ୍କୁ ନିକଟସ୍ତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଶୁଭମଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ସଙ୍କଟାପର୍ଣ୍ଣ ହୋଇଯିବାରୁ ତାଙ୍କୁ ମୁର୍ଶିଦାବାଦ ମେଡିକାଲ କଲେଜ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ଏବେ ତାଙ୍କର ଚିକିତ୍ସା ଜାରି ରହିଛି ।

ପୋଲିସଙ୍କ କହିବା ଅନୁସାରେ, ଚାରିଜଣ ଛାତ୍ରଙ୍କ ସହିତ ଅନ୍ୟ ଏକ ଛାତ୍ର କୌଣସି କାରଣକୁ ନେଇ ଝଗଡା କରିଥିଲେ । ଏଥି ମଧ୍ୟରେ ଅନ୍ୟ ଛାତ୍ରଜଣକ “ସଲାମ ୱାଲେକମ” କହିଥିବା ବେଳେ ଶୁଭମ “ଜୟ ଶ୍ରୀରାମ” କହିଥିଲେ ଏହି ଘଟଣାକୁ କେନ୍ଦ୍ର କରି ପ୍ରଧାନ ଶିକ୍ଷକ ଶୁଭମକୁ ଗଛରେ ବାନ୍ଧି ଅତି ନିର୍ମମ ଭାବେ ମାଡ ମାରିଥିଲେ । କିନ୍ତୁ “ସଲାମ ୱାଲେକମ” କହିଥିବା ଛାତ୍ରକୁ ହାତ ଲଗାଇନଥିଲେ । ପ୍ରଧାନ ଶିକ୍ଷକଙ୍କ କହିବା ଅନୁସାରେ ବିଦ୍ୟାଳୟରେ “ଜୟ ଶ୍ରୀରାମ” କୁହାଯାଇପାରିବ ନାହିଁ । ଏହି ଘଟଣାର ଅଭିଯୋଗ ହେବା ପରେ ପୋଲିସ ଏହାର ତଦନ୍ତ କରୁଛି ।