ଚୌଦ୍ୱାର : ରକ୍ତ ଦାନ ପାଇଁ ମନା କରିବାରୁ ଛାତ୍ରଙ୍କୁ ଅଣଛାତ୍ରଙ୍କ ମାଡ ଅଭିଯୋଗ

36

କଟକ : ରକ୍ତ ନଦେବାରୁ ଛାତ୍ରଙ୍କୁ ମାଡ ଅଭିଯୋଗ । ବିଜେଡି ପକ୍ଷରୁ ଚାଲିଥିବା ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ସାମିଲ ନେହାବରୁ ଚୌଦ୍ୱାର କଲେଜର ଜଣେ ଯୁକ୍ତ ଦୁଇ ଛାତ୍ରଙ୍କୁ ଅଣଛାତ୍ର ପିଟିଥିବା ଅଭିଯୋଗ ଆସିଛି । ଚୌଦ୍ୱାର ଥାନା ଗାନ୍ଧି ଛକ ଟାଉନ ହଲରେ ବିଜେଡି ପକ୍ଷରୁ ଜୀବନ ବିନ୍ଦୁ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି ଶିବିରରେ ବିଜେଡି କର୍ମୀ ଓ ବିଭିନ୍ନ ସଂଗଠନର କର୍ମକର୍ତାଙ୍କ ସହ ଚୌଦ୍ୱାର କଲେଜର ଛାତ୍ରମାନେ ରକ୍ତଦାନ କରିଥିଲେ । ତେବେ ଚୌଦ୍ୱାର କଲେଜର ଯୁକ୍ତ ଦୁଇ ଛାତ୍ର ହିତେଶ ପୃଷ୍ଟିଙ୍କୁ କେତେଜଣ ଅଣଛାତ୍ର ରକ୍ତଦାନ କରିବାକୁ ବାଧ୍ୟ କରିଥିଲେ । ସେ କାଜି ନହେବାରୁ ତାଙ୍କୁ ମାରଧର କରିଥିବା ଅଭିଯୋଗ ହୋଇଛି । ଏପରିକି କଳିଙ୍ଗ ଛକଠାରେ ଛାତ୍ରଙ୍କୁ ଆଣ୍ଠେଇ ଦେଇଥିଲେ ଏହି ଅଣଛାତ୍ର । ତେବେ ଛାତ୍ର ଜଣଙ୍କ ତାଙ୍କ କବଳରୁ ଖସିଆସି କେଲଜ କର୍ତୃପକ୍ଷଙ୍କୁ ଏନେଇ ଜଣାଇଥିଲେ । ତେବେ ଏନେଇ ଛାତ୍ରଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ଘଟଣାକୁ ଦୁଇଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ କାହାରି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇନଥିବା ଅଭିଯୋଗ ହୋଇଛି।