ସିବିଏସଇ ପୁନଃମୂଲ୍ୟାୟନ ବିଭ୍ରାଟ ! ପୁନଃମୂଲ୍ୟାୟନ ପରେ ମାର୍କ କମିଥିବାରୁ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

29

କନକ ବ୍ୟୁରୋ: ସିବିଏସଇ ପୁନଃମୂଲ୍ୟାୟନ ବିଭ୍ରାଟ ନେଇ ୧୮ ଛାତ୍ରଛାତ୍ରୀଙ୍କ ସଂଶୋଧିତ ଫଳାଫଳ ଆସିବା ପରେ ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପୁନଃମୂଲ୍ୟାୟନ ପରେ ମାର୍କ କମିଥିବାରୁ ସଂପୃକ୍ତ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଆତ୍ମହତ୍ୟା କରିଥିବା ଛାତ୍ରୀ ଜଣଙ୍କ କୋରାପୁଟ ସୁନାବେଡା ଅଂଚଳର ନୀଳିମା ପ୍ରିୟଦର୍ଶନୀ ।