କାଳିଆ ସାରଙ୍କ କଳାକାରନାମା ! ପ୍ରାକ୍ଟିକାଲ ମାର୍କ କାଟିଦେବାକୁ ଧମକ ଦେଇ ଛାତ୍ରୀଙ୍କ ସହ ପିଇଟି ସାରଙ୍କ ଅନୈତିକ ସଂପର୍କ

197

କନକ ବ୍ୟୁରୋ : ନୟାଗଡରୁ ଆସିଛି ସେକ୍ସ ସ୍କାଣ୍ଡାଲର ସାଙ୍ଘାତିକ ଅଭିଯୋଗ । ତେବେ କୈାଣସି ପାର୍ଲର କି ହୋଟେଲରେ ନୁହେଁ ବରଂ ନୟାଗଡ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଚାଲିଛି ସେକ୍ସ ସ୍କାଣ୍ଡାଲ । ନୟାଗଡ କଲେଜର ଅଧ୍ୟାପକ ସୂର୍ଯ୍ୟମଣି ପ୍ରଧାନ ଓରଫ କାଳିଆ ସାର କଲେଜ ଛାତ୍ରୀ ମାନଙ୍କୁ ଯୈାନ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି । ଭାଇରାଲ ହୋଇଥିବା ଏକ ଅଡିଓ ଟେପ୍ରେ ଜଣେ ଛାତ୍ରୀ କାଳିଆ ସାରଙ୍କ କଳାକାରନାମାକୁ ବଖାଣିଛନ୍ତି । ଅଭିଯୁକ୍ତ କାଳିଆ ସାରଙ୍କ ପତ୍ନୀ ଜଣେ ଛାତ୍ରୀଙ୍କୁ ଫୋନ କରିବା ପରେ ଛାତ୍ରୀ ଜଣକ ତାଙ୍କୁ ଫୋନରେ ଏସବୁ କଥା କହିଛନ୍ତି । ଏହି ଅଡିଓ ଟେପ୍ ଏବେ ନୟାଗଡରେ ଭାଇରାଲ୍ ହୋଇଛି ।

Screen shot 2017-12-11 at 10.21.43 PMଅଡିଓ ଟେପରେ ଅଭିଯୁକ୍ତ ଅଧ୍ୟାପକଙ୍କ ପତ୍ନୀଙ୍କୁ ଜଣେ ଛାତ୍ରୀ କହିଛନ୍ତି ନୟାଗଡ କଲେଜର କ୍ରୀଡା ଅଧ୍ୟାପକ ସୂର୍ଯ୍ୟମଣି ସାମଲ ଓରଫ କାଳିଆ ସାର ଜଣେ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଛନ୍ତି । ଏମିତିକି ଭଲ ମାର୍କ ଦେବା ପାଇଁ ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଛନ୍ତି । ଏନେଇ ଛାତ୍ରୀ ଜଣକ ତାଙ୍କ ସାଙ୍ଗଙ୍କ ସହ ଘଟିଥିବା ସମସ୍ତ କଥା ଅଭିଯୁକ୍ତ ଅଧ୍ୟାପକଙ୍କ ପତ୍ନୀଙ୍କୁ କହିଛନ୍ତି । ଛାତ୍ରୀ ଜଣକ କହିଛନ୍ତି, ତାଙ୍କ ସାଙ୍ଗଙ୍କ ସହ କାଳିଆ ସାରଙ୍କ ଫାଷ୍ଟ ଇୟରରୁ ସର୍ମ୍ପକ ଅଛି । ଏପରିକି କାଳିଆ ସାର ଏହାର ସୁଯୋଗ ନେଇ ତାଙ୍କ ସାଙ୍ଗକୁ ବାରମ୍ବାର ରେପ କରିଥିଲେ । ତେବେ ପରେ ଏନେଇ କାଳିଆ ସାରଙ୍କ ସହ ହୋଇଥିବା ସମସ୍ତ ଘଟଣାକୁ ତାଙ୍କ ସାଙ୍ଗ ପ୍ରକାଶ କରିଥିଲା ।

ଛାତ୍ରୀ ଜଣକ ଅଧ୍ୟାପକଙ୍କ ପତ୍ନୀଙ୍କୁ କହିଛନ୍ତି, ପ୍ରତିଦିନ ଲାଇବ୍ରେରୀରେ କାଳିଆ ସାର ତାଙ୍କ ସାଙ୍ଗ ସହ ଦୁଷ୍କର୍ମ କରନ୍ତି । ଏପରିକି କାଳିଆ ସାର ନିଜ ବେଡରୁମକୁ ମଧ୍ୟ ନେଇଛନ୍ତି ବୋଲି ଛାତ୍ରୀ ଜଣକ କହିଛନ୍ତି । ଏପରିକି କାଳିଆ ସାରଙ୍କୁ ଏ ବିଷୟରେ ପଚାରିବା ପରେ ପ୍ରାକ୍ଟିକାଲରେ ମାର୍କ କାଟିଦେବାର ଭୟ ଦେଖାଇବା ସହ ତାଙ୍କୁ ମାଡ ମାରିଥିଲେ ବୋଲି ଛାତ୍ରୀ ଜଣକ କହିଛନ୍ତି । ଏପରିକି କ୍ୟାରିୟର ପାଇଁ କ୍ୟାରେକ୍ଟର ଲୁଜ କରିବାକୁ ମଧ୍ୟ କାଳିଆ ସାର କହିଥିଲେ ବୋଲି କହିଛନ୍ତି ଛାତ୍ରୀ ।

Screen shot 2017-12-11 at 10.21.53 PMତେବେ ଏଭଳି କାରନାମା କୈାଣସି ଗୋପନସ୍ଥାନରେ ନୁହେଁ ବରଂ କଲେଜର ଲାଇବ୍ରେରୀ ଓ ଆଥେଲେଟିକ୍ ରୁମ୍ରେ ଚାଲିଥିବା ଅଭିଯେଗା ହୋଇଛି । ଏମିତିକି ଜଣେ କି ଦୁଇଜଣ ଛାତ୍ରୀ ନୁହଁନ୍ତି ଅନେକ ଛାତ୍ରୀଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ ଅଡିଓ ଟେପରୁ କାଳିଆ ସାରଙ୍କ ଅକଥନୀୟ ନିର୍ଯ୍ୟାତନାର ଚିତ୍ର ବି ସାମ୍ନାକୁ ଆସୁଛି । ଛାତ୍ରୀଙ୍କ ଅଭିଯୋଗ ହେଉଛି କାଳିଆ ସାରଙ୍କୁ ବିରୋଧ କଲେ ପ୍ରାକ୍ଟିକାଲରେ କମ ମାର୍କ ଦେବା ପାଇଁ ଧମକ ମିଳୁଥିଲା । ଏମିତିକି ହଷ୍ଟେଲରେ ବି ହଇରାଣ କରୁଥିଲେ କଳିଆ ସାରଙ୍କ ଘନିଷ୍ଟ ଥିବା ଜଣେ ମହିଳା ।

ଅଡିଓ ଟେପରୁ ଯାହା ଜଣା ପଡୁଛି ଅନେକ ବର୍ଷ ଧରି ଚାଲିଥିଲା କାଳିଆ ସାରଙ୍କ ସେକ୍ସ ସ୍କାଣ୍ଡାଲ । କିନ୍ତୁ ପ୍ରଶ୍ନ ଉଠୁଛି କଲେଜ ପରିସରରେ ଚାଲିଥିବା କଳାକାରନାମାକୁ କେମିତି ଜାଣି ପାରୁନଥିଲେ କତ୍ତୃପକ୍ଷ? ନାଁ ଜାଣିଶୁଣି ଚୁପ ବସିଥିଲେ?