ଇରାକ-ଇରାନରେ ଶକ୍ତିଶାଳୀ ଭୂମିକମ୍ପ, ୧୩୦ ମୃତ ! ଉଦ୍ଧାର କାର୍ଯ୍ୟରେ ୩୦ ରେଡକ୍ରସ ଟିମ ନିୟୋଜିତ

40

କନକ ବ୍ୟୁରୋ : ଇରାକ-ଇରାନରେ ଶକ୍ତିଶାଳୀ ଭୂମିକମ୍ପ । ଏହି ଭୟାବହ ଭୂମିକମ୍ପରେ ୧୩୦ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଭଙ୍ଗାଘର ତଳେ ଅନେକ ଲୋକ ଚାପି ହୋଇରହିଥିବା ଜଣାପଡିଛି । ହଜାରେରୁ ଅଧିକ ଲୋକ ଆହତ ହୋଇଥିବା ନେଇ ଆଇଆରଏନଏ ସୂଚନା ଦେଇଛି । ରିକ୍ଟର ସ୍କେଲର ଭୂମିକମ୍ପର ତୀବ୍ରତା ୭.୩ । ମୃତକଙ୍କ ସଂଖ୍ୟା ଆହୁରି ବଢିବାର ଆଶଙ୍କା କରାଯାଉଛି । ୩୦ଟି ରେଡକ୍ରସ ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

ଗତକାଲି ଇରାନ ଏବଂ ଇରାକ ସୀମାନ୍ତାଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ୟୁଏସ୍ ଜିଓଲୋଜିକାଲ୍ ସର୍ଭେ କହିଛି କି ପୂର୍ବ ଇରାକୀୟ ସହର ହାଲାବ୍ଜା ବାହାରେ ୩୧ କିଲୋମିଟର ଦୂରରେ ଏହି ଭୂକମ୍ପନ କେନ୍ଦ୍ରୀଭୂତ ହୋଇଥିଲା।
ଆଂଶିକ ରାଷ୍ଟ୍ରାୟତ ଇରାନୀୟ ଇଲନା ନିଉଜ ଏଜେନସି କହିଛି, ଭୂକମ୍ପନ ଯୋଗୁଁ ଇରାନର ଅନ୍ୟୂନ ୧୪ଟି ପ୍ରଦେଶ ପ୍ରଭାବିତ ହୋଇଛି।

ଭୂକମ୍ପନ ପରବର୍ତ୍ତୀ କମ୍ପନ ଆଶଙ୍କାରେ କେରମାନଶାହ ଏବଂ ଇଲାମ ପ୍ରଦେଶର ସ୍କୁଲ ବନ୍ଦ ରହିଛି । ସୂଚନା ଅନୁସାରେ କେରମାନଶାହରେ ୧୩୦ ଜଣ ଲୋକ ନିହତ ହୋଇଛନ୍ତି। ଏହି ଭୟଙ୍କର ଭୂମିକମ୍ପରେ ଅନେକ ଘରଦ୍ୱାର ସହ ବଡବଡ ବିଲିଡିଂ ଭାଙ୍ଗିଯାଇଛି । ସେଠାରେ ବିଦ୍ୟୁତ ସରବରାହ ବନ୍ଦ ରହିଛି ।