ଅନୁଗୁଳରେ ୧୨ ଘଂଟିଆ ବନ୍ଦ ପାଳନ : ଜନ ଜୀବନ ସୁରକ୍ଷା କମିଟି ଏବଂ ଓକିଲ ସଂଘ ପକ୍ଷରୁ ବନ୍ଦ ଡାକରା

1

କନକ ବ୍ୟୁରୋ : ଅନୁଗୁଳରେ ୧୨ ଘଂଟିଆ ବନ୍ଦ ପାଳନ । ୪ ଦଫା ଦାବି ନେଇ ଜନ ଜୀବନ ସୁରକ୍ଷା କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ଅନୁଗୁଳ ଓକିଲ ସଂଘ ବି ଏଥିରେ ସାମିଲ ହୋଇଛି । ତାଳଚେର ଠାରେ ନିର୍ମିତ ମେଡ଼ିକାଲ କଲେଜକୁ ଚାଲୁ କରିବା ଓ ହସ୍ପିଟାଲକୁ ଚଳିତ ବର୍ଷ ଠାରୁ ସରକାରୀ ପରିଚାଳନାରେ କାର୍ଯ୍ୟକ୍ଷମ କରିବା ପାଇଁ ଦାବି ହୋଇଛି ।

 

ଏହା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସୁପର ସ୍ପେସିଆଲିଟି ହସ୍ପିଟାଲ ଭାବେ ପରିଗଣିତ କରିବା ସହ ମେଡ଼ିକାଲ କଲେଜର ଉନ୍ନତି କରିବା ପାଇଁ ମଧ୍ୟ ଦାବି ହୋଇଛି । ଏହା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ତାଳଚେର, ପାଳଲହଡ଼ା, ଆଠମଲ୍ଲିକ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ ଗୁଡ଼ିକରେ ଡ଼ାକ୍ତର ଓ ନର୍ସ ପଦବୀ ପୂରଣ କରିବା ଦାବିରେ ୨୪ ଘଂଟିଆ ବନ୍ଦ ଡାକରା ଦିଆଯାଇଛି ।

Comments are closed.