ଧର୍ମଘଟରୁ ଓହରିଲା ବସ୍ ମାଲିକ ସଂଘ : ଦାବି ପୂରଣ ପାଇଁ ସରକାରଙ୍କୁ ୪ ତାରିଖ ଯାଏଁ ମହଲତ୍

36

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ :  ଧର୍ମଘଟରୁ ଓହରିଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ସଚିବାଳୟରେ ପରିବହନ ମନ୍ତ୍ରୀଙ୍କ ସହ ଗୁରୁୁତ୍ୱପୂର୍ଣ୍ଣ ବୈଠକ ପରେ ସଂଘ ଏଭଳି ନିଷ୍ପତି ନେଇଛି । ତେବେ ଦାବି ପୂରଣ ପାଇଁ ସରକାରଙ୍କୁ ୪ ତାରିଖ ଯାଏଁ ଡେଡଲାଇନ୍ ଦିଆଯାଇଛି । ଯଦି ସଂଘର ଦାବି ଉପରେ ସରକାର ଗୁରୁତ୍ୱ ନଦିଅନ୍ତି ତେବେ ୭ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଚକ ବନ୍ଦ କରିବାକୁ ସଂଘ ଚେତାବନୀ ଦେଇଛି । ସେପଟେ ସଂଘର ଦାବି ଉପରେ ତର୍ଜମା କରିବେ ବୋଲି ସରକାର ପ୍ରତିଶୃତି ଦେଇଛନ୍ତି ।