ପ୍ରତ୍ୟାହୃତ ହେଲା ହାଇକୋର୍ଟ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

15

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜି ପ୍ରତ୍ୟାହୃତ ହୋଇଛି । ସୋମବାରରୁ ସମସ୍ତ ଆଇନଜୀବୀ କାର୍ଯ୍ୟରେ ଯୋଗଦେବେ ବୋଲି ସୂଚନା ଦେଇଛନ୍ତି ହାଇକୋର୍ଟ ବାର ଆସୋସିଏସନ୍ ସଭାପତି ଅଶୋକ ମହାପାତ୍ର । ଏନେଇ ଆଜି ଏକ କାର୍ଯ୍ୟକାରିଣୀ ବୈଠକ ବସିଥିଲା । ଯେଉଁଥିରେ ଆନ୍ଦୋଳନ ପ୍ରତ୍ୟାହୃତ ପାଇଁ ନିଷ୍ପତି ହୋଇଥିଲା । ଅର୍ଥତତ୍ୱ ଚିଟଫଣ୍ଡ ଲିଙ୍କରେ ବରିଷ୍ଠ ଆଇନଜୀବୀ ଦେବାଶିଷ ପଣ୍ଡାଙ୍କ ଗିରଫଦାରୀ ପ୍ରତିବାଦରେ ଆନ୍ଦୋଳନ ଓହ୍ଲାଇଥିଲେ ଆଇନଜୀବୀ ।

ଏହା ସହ ଚିଟଫଣ୍ଡ ଅଭିଯୁକ୍ତଙ୍କ ସପକ୍ଷରେ ବାହାରିଲେ ହାଇକୋର୍ଟ ଆଇନଜୀବୀ