MRI ମେସିନ୍ ପାଖରେ ଏମିତି ଭୁଲ୍ କେବେ କରନ୍ତୁ ନାହିଁ : ଅସୁବିଧାରେ ପଡିପାରନ୍ତି

53

ନୂଆ ଦିଲ୍ଲୀ : ମୁମ୍ବାଇର ଏକ ଡାକ୍ତରଖାନାରେ ନିଜର ମା’ଙ୍କ ସହ ସାକ୍ଷାତ କରିବାକୁ ଯାଇଥିବା ରାଜେଶ ମାରୁ ନାମକ ଯୁବକ ସହ ଏମଆରଆଇ ରୁମରେ ଅକ୍ସିଜେନ୍ ସିଲିଣ୍ଡର ନିଆଯିବାକୁ କୁହାଗଲା ସେ ଯେମିତି ରୁମ୍ କୁ ଯାଇଛନ୍ତି ମ୍ୟାଗ୍ନେଟିକ୍ ପାୱାର ଚାଲିବା କ୍ଷଣି MRI ମେସିନ୍ ଏହାକୁ ନିଜ ଆଡକୁ ଟାଣି ନେଲା । ଏବଂ ରାଜେଶଙ୍କର ମୃତ୍ୟୁ ହୋଇଗଲା । MRI ମେସିନର ମ୍ୟାଗ୍ନେଟିକ୍ ଫିଲ୍ଡ ର କବଳରେ ଆସିବା ଏହା କୌଣସି ପ୍ରଥମ ଦୁର୍ଘଟଣା ନୁହେଁ । ମୁମ୍ବାଇରେ ଏମିତି ହିଁ ଏକ ଦୁର୍ଘଟଣା ପ୍ରଥମେ ହୋଇସାରିଛି । ଦିଲ୍ଲୀର ଆରଏମଏଲ୍ ରେ ମଧ୍ୟ ଥରେ ଏମିତି ହୋଇଥିଲା । କିନ୍ତୁ କାହାର ମୃତ୍ୟୁ ହୋଇନଥିଲା ।

ବିଦେଶରେ ମଧ୍ୟ ହୋଇଛି ଏମିତି ଦୁର୍ଘଟଣା –
MRI ମେସିନ୍ ପ୍ରଭାବରେ ବିଦେଶରେ ମଧ୍ୟ ଏମିତି ଦୁର୍ଘଟଣା ହୋଇଛି । ୨୦୦୧ ମସିହାରେ ୬ବର୍ଷ ବୟସର ଜଣେ ପିଲାର ସେହି କ୍ଷଣି ମୃତ୍ୟୁ ହୋଇଯାଇଥିଲା , ଯେତେବେଳେ ହଠାତ୍ ଏମଆରଆଇ ଚ୍ୟାମ୍ବର ରେ ଅକ୍ସିଜେନ୍ ସିଲିଣ୍ଡର ଆସିଗଲା ଏବଂ ମ୍ୟାଗ୍ନେଟିକ୍ ଫିଲ୍ଡର ସଂସ୍ପର୍ଶରେ ଆସିବା କାରଣରୁ ସେ ସିଲିଣ୍ଡର ୨୦ରୁ ୩୦ ଫୁଟ୍ ପ୍ରତି ସେକେଣ୍ଡ ସ୍ପିଡ୍ ରେ ଉପରକୁ ଉଠି ପିଲାର ମୁଣ୍ଡରେ ପଡିଥିଲା । ଏଥିରେ ପିଲାର ସ୍କଲ୍ ଭାଂଗିଗଲା ଏବଂ ତାର ମୃତ୍ୟୁ ହୋଇଥିଲା ।

ଏମିତି ଏକ ଦୁର୍ଘଟଣା ଜଣେ ମହିଳାଙ୍କ ସହ ହୋଇଥିଲା । MRI ରୁମ୍ କୁ ଯିବା ପୂର୍ବରୁ ଜଣେ ମହିଳା ରୋଗୀ ନିଜର ହେୟାରପିନ୍ ବାହାର କରିନଥିଲେ । ମ୍ୟାଗ୍ନେଟିକ୍ ଫିଲ୍ଡ ସଂପର୍କରେ ଆସିବା କାରଣରୁ ହେୟାରପିନ୍ ମହିଳାଙ୍କର କେଶରୁ ବାହାରି ଗଳାରେ ପଶିଗଲା । ଯେଉଁଥି ପାଇଁ ମହିଳାଙ୍କର ଜୀବନ ବଂଚାଇବାକୁ ସର୍ଜରୀ କରିବାକୁ ପଡିଥିଲା ।

୨୦୦୦ମସିହାରେ ନ୍ୟୁ ୟର୍କରେ ମଧ୍ୟ ଏମିତି ମଧ୍ୟ ଏକ ଦୁର୍ଘଟଣା ହୋଇଥିଲା । ଜଣେ ପୁଲିସ୍ ଅଫିସର MRI ମେସିନ୍ ପାଖରେ ଠିଆ ହୋଇଥିଲେ । ମ୍ୟାଗ୍ନେଟିକ୍ ଫିଲ୍ଡ ସଂପର୍କରେ ଆସିବା କାରଣରୁ ଅଫିସରଙ୍କର ବନ୍ଧୁକ ତାଙ୍କର ହାତରୁ ଆପଣାଛାଏଁ ଫୁଟିଗଲା ଏବଂ ଏହାର ଗୁଳି ବି ବାହାରି ଗଲା । ବନ୍ଧୁକର ଗୁଳି ସାମନ୍ କାନ୍ଥରେ ବାଜିଥିଲା । ଫଳରେ କେହି ଅସୁବିଧାରେ ପଡିନଥିଲେ ।

MRI କଣ ଅଟେ ?
୧ – MRI , ଯାହାକୁ ମ୍ୟାଗ୍ନେଟିକ୍ ରେଜୋନାଂସ ଇମେଜିଂ ଅର୍ଥାତ୍ ଚୁମ୍ବକୀୟ ପ୍ରତିବିମ୍ବ ମଧ୍ୟ କୁହାଯାଏ । ଯାହା ଦ୍ୱାରା ଡାକ୍ତରମାନେ ଶରୀର ଭିତର ଅଙ୍ଗରୁ ଚିତ୍ର ପ୍ରାପ୍ତ କରିଥାନ୍ତି ।
୨ – ଶରୀର ଭିତରର ଏହି ଛବିଗୁଡିକୁ ଦେଖିବା ପାଇଁ ଏମଆରଆଇ ମେସିନ୍ ବହୁତ ଶକ୍ତିଶାଳୀ ଚୁମ୍ବକୀୟ କ୍ଷେତ୍ର ଏବଂ ରେଡିଓ ତରଙ୍ଗର ବ୍ୟବହାର କରିଥାଏ ।
୩ – ଏହି କାରଣରୁ ଧାତୁର କୌଣସି ଜିନିଷ , ତାହା ଛୁଂଚି ବି ହେଉ , ରୋଷେଇ ବା ଅକ୍ସିଜେନ ସିଲିଣ୍ଡର , ତାହା ଚୁମ୍ବକୀୟ ଶକ୍ତି କାରଣରୁ ତୁରନ୍ତ MRIମେସିନ୍ ଭଳି ଆକର୍ଷିତ ହୋଇଯାଏ ।
୪ – MRI ମେସିନର ମ୍ୟାଗ୍ନେଟ୍ କେବେ ବନ୍ଦ ହୋଇନଥାଏ । ଯଦି ମେସିନ୍ ସହ ଜଡିତ କଂପ୍ୟୁଟର ବନ୍ଦ ବି କରିଦିଆଯାଏ ତ ମେସିନ୍ କାମ କରିଥାଏ ।
୫ – MRI ରୁମ୍ ରେ କୌଣସି ଭି ପ୍ରକାରର ମେଟାଲ୍ ଜିନିଷ ନେବାକୁ ମନା କରାଯାଇଥାଏ । ଏବଂ MRI ରୁମ୍ କୁ ଯିବା ପୂର୍ବରୁ ରୋଗୀଙ୍କ ସହ ସପୋର୍ଟ ଷ୍ଟାଫଙ୍କର ମଧ୍ୟ ଯାଂଚ ହୋଇଥାଏ ।
୬ – ଯଦି କୌଣସି ବ୍ୟକ୍ତିଙ୍କୁ ପେସମେକର ଲଗାଯାଇଥାଏ ତ ତାଙ୍କର MRI ହୋଇନଥାଏ । ଏବଂ ସେ ଏହିମେସିନର ପାଖକୁ ବି ଯିବା ମନା ହୋଇଥାଏ । ଏହାର କାରଣ ରୁମ୍ ରେଥିବା ମ୍ୟାଗ୍ନେଟିକ୍ ଷ୍ଟ୍ରେଂଥ ।

( ସୌଜନ୍ୟ- ନବଭାରତ ଟାଇମ୍ସ)