ଖୁସି ଖବର ! ଜିଏସଟି କରଦାତାଙ୍କ ଉପରେ ପ୍ରାରମ୍ଭିକ ୩-୬ ମାସ ପର୍ଯ୍ୟନ୍ତ ହେବ ନାହିଁ ଶକ୍ତ କାର୍ଯ୍ୟାନୁଷ୍ଠାନ

21

 ସାରା ଦେଶକୁ ଗୋଟିଏ ବଜାରରେ ପରିଣତ କରିବା ଲାଗି ବସ୍ତୁ ଓ ସେବା କର ବ୍ୟବସ୍ଥା ଜୁଲାଇ ୧ରୁ ଲାଗୁ ହୋଇଯାଇଛି । ସରକାର ଭରସା ଦେଇଛନ୍ତି କି ଜିଏସଟିକୁ ନେଇ ପ୍ରାରମ୍ଭିକ ମାସରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ।

ଉଦ୍ୟୋଗ ସଂଗଠନ ସିଆଇଆଇ ସମ୍ମିଳନୀରେ ପହଞ୍ଚିି ଅପ୍ରତ୍ୟକ୍ଷ କରର ନୀତି ପ୍ରସ୍ତୁତ କରୁଥିବା ସବୁଠାରୁ ବଡ଼ ସଂସ୍ଥା ସେଣ୍ଟ୍ରାଲ ବୋର୍ଡ଼ ଅଫ ଏକ୍ସାଇଜ ଆଣ୍ଡ କଷ୍ଟମ (ସିବିଇସି)ର ମୁଖ୍ୟ ବନଜା ଏନ ସରନା କହିଛନ୍ତି ନୂଆ ବ୍ୟବସ୍ଥାକୁ ନେଇ ଡରିବା ଦରକାର ନାହିଁ । ସରନାଙ୍କ ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ଦେଶ ସାରା ବ୍ୟବସାୟୀ-କାରୋବାରୀ ଓ ଖାସ କରି ଛୋଟ ବ୍ୟବସାୟୀ ନୂଆ ବ୍ୟବସ୍ଥାର କାଇଦା କାନୁନ ନେଇ ଡରି କି ଅଛନ୍ତି ।

ସରନା ସ୍ପଷ୍ଟ କରିଛନ୍ତି ସେ ତାଙ୍କ ଅଧିକାରୀଙ୍କୁ କରଦାତାଙ୍କ ନୂଆ କର ବ୍ୟବସ୍ଥାକୁ ଆପଣାଇବା ପାଇଁ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସରନାଙ୍କ ମୁତାବକ ଜିଏସଟି ଲାଗୁ ହେବାର ୧୮ ଦିନ ଭିତରେ ଛୋଟ ମୋଟ ଅସୁବିଧା ଆସିଥିଲେ ହେଁ ମୋଟାମୋଟି ଭାବେଏବେ ପର୍ଯ୍ୟନ୍ତ ସବୁ କିଛି ଠିକ ଠାକ ରହିଛି । ଏମିତରେ ଏହି ୧୮ ଦିନରେ ଦେଶର ବିଭିନ୍ନ ଅଞ୍ଚଳରେ ଜିଏସଟିକୁ ନେଇ ଲୋକମାନେ ବିରୋଧ ପ୍ରଦର୍ଶନ କରିଛନ୍ତି ।

ଗୁଜୁରାଟର ସୁରଟ ଓ ରାଜସ୍ଥାନର ଭୀଲୱାଡ଼ାରେ କପଡ଼ା ଉଦ୍ୟୋଗ ସହ ଯୋଡ଼ି ହୋଇଥିବା ବ୍ୟବସାୟୀମାନେ ଦୋକାନ ବନ୍ଦ କରି ରାସ୍ତାକୁ ଆସଯାଇଥିଲେ । ଏହାସହ ଅଲଗା ଅଲଗା ସହରେ ଏମଏସଏମଏଇ ଉଧ୍ୟୋଗପତିମାନେ ମଧ୍ୟ ବିରୋଧ ପ୍ରଦର୍ଶନ କରିଥିିଲେ । ଏସବୁ ନେଇ ଖୋଦେଇ ହୋଇ ନାହିଁ ଯେ ଯାହା ପରେ କଛିି ପରିବର୍ତ୍ତନ ହୋଇପାରିବ ନାହିଁ । ଜିଏସଟି ଲାଗୁ ହେବା ପରେ ଭିନ୍ନ ଭିନ୍ନ ଉଦ୍ୟୋଗ ସଂଗଠନ ତାଙ୍କ ସହ ସାକ୍ଷାତ କରୁଛନ୍ତି ।

ସେ କହିଛନ୍ତି ବହୁତ ଆଲୋଚନା ପରେ ଜିଏସଟିର ଦର ସ୍ଥିର ହୋଇଛିି । ଯଦି କାହାକୁ ଲାଗୁଛି ଜିଏସଟି ଦର ପୂର୍ବରୁ ଥିବା ଦର ତୁଳନାରେ ଅଧିକ ରହିଛିି, ତେବେ ଏହି ଭ୍ରମ ଧାରଣାକୁ ଦୂର କରାଯାଇ ପାରିବ । କିନ୍ତୁ ଦର କମ କରିବାର ଆଶା କଲେ ତା’ଉପରେ ବିଚାର କରିବାର ଅବସର ଦିଆଯିବ । ଏହି ଅବସରରେ ସିବିଇସି ପ୍ରମୁଖ ସୂଚନା ଦେଇଚନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଜିଏସଟଇ ଦର ଉପରେ କଡ଼ା ନଜର ରଖିଛନ୍ତି ।

ଏଥିପାଇଁ କ୍ୟାବିନେଟ୍ ସଚିବ, ଅନ୍ୟ ସଚିବ ମାନଙ୍କୁ ନିଜ ନିଜ ମନ୍ତ୍ରାଳୟ ସହ ଯୋଡ଼ି ହୋଇଥିବା ବସ୍ତୁ ଓ ସେବାର ମୂଲ୍ୟ ଉପରେ ଧ୍ୟାନ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏ ଦିଗରେ ସେମାନଙ୍କର ସାହାଯ୍ୟ ପାଇଁ ସଂଯୁକ୍ତ ସଚିବ ସ୍ତରର ୨୦୦ ଅଧିକାରୀ ମଧ୍ୟ ସ୍ଥାନୀୟ ଅଧିକାରୀ ଙ୍କ ସହ ମିଶି ଅବସ୍ଥା ଉପରେ ନଜର ରଖି ଥିଲେ । କ୍ୟାବିନେଟ୍ ସଚିବ ସବୁ ସପ୍ତାହରେ ବୈଠକ ବସାଇ ଜିଏସଟି ପରର ଅବସ୍ଥା ଓ କର ଉପରେ ନଜର ରଖଛନ୍ତି ।