କେରଳରେ ବୁଲା କୁକୁରଙ୍କ ଆତଙ୍କ : ଯୁବତୀଙ୍କୁ ଗୋଡାଉଥିବା ଭିଡିଓ ହେଲା ଭାଇରାଲ୍

69

d-2କେରଳରେ ବୁଲା କୁକୁରଙ୍କ ଆତଙ୍କ ବଢି ବଢି ଚାଲିଛି । ଲୋକେ ଭୟରେ ରାସ୍ତାରେ ଯିବା ଆସିବା କରୁଛନ୍ତି । ଜଣେ ଯୁବତୀ ମନ୍ଦିରରୁ ଘରକୁ ଫେରୁଥିବା ବେଳେ ବୁଲା କୁକୁରର କବଳରେ ପଡିଯାଇଥିଲେ । କୁକୁରଟି ସେଠାରେ ଥିବା ଅନ୍ୟ ଲୋକଙ୍କୁ ଛାଡି ଏକ ଲକ୍ଷ୍ୟରେ ଯୁବତୀ ପଛରେ ଗୋଡାଇଥିଲା । ଯୁବତୀ ଜଣଙ୍କ ଭୟରେ ପାଟି କରି ଜୀବନ ବଂଚାଇବାକୁ ଦୌଡିଥିଲେ । ଅନ୍ୟଲୋକମାନେ କୁକୁରଟିକୁ ଘଉଡାଇବାକୁ ଚେଷ୍ଟା କରିଥିଲେ । ଦୌଡି ଦୌଡି ଯୁବତୀ ଜଣକ ହାଲିଆ ହୋଇ ତଳେ ପଡିଯାଇଥିଲେ ।

strays_2980783gନିକଟରେ ଦୁଇ ଦିନ ତଳେ ଏମିତି ଏକ ଘଟଣା ଘଟିଥିଲା କେରଳରେ ରାଜଧାନୀ ନିକଟବର୍ତୀ କଂଜିରାମକୁଲମ୍ ତଟୀୟ ସହରରେ । ଜଣେ ୬୫ ବର୍ଷୀୟ ବୃଦ୍ଧାଙ୍କୁ ବୁଲା କୁକୁର ଆକ୍ରମଣ କରି ଝୁଣି ଖାଇଯାଇଥିଲା । ଅତ୍ୟନ୍ତ ସଂକଟାପନ୍ନ ଅବସ୍ଥାରେ ବୃଦ୍ଧାଙ୍କୁ ବୁଲା କୁକୁର କବଳରୁ ଉଦ୍ଧାର କରାଯାଇଥିଲା । ହେଲେ ଡାକ୍ତରଖାନା ନେବା ରାସ୍ତାରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିଲା ।

ଏ ଘଟଣା ପରେ ସେଠାର ଲୋକମାନେ ଖୁବ୍ ଭୟଭୀତ ହୋଇଯାଇଛନ୍ତି । ପିଲାଛୁଆଙ୍କୁ ବାହାରକୁ ଛାଡିବାକୁ ବି ଡରୁଛନ୍ତି।