ଓଡ଼ିଶା ଷ୍ଟାର୍ଟଅପରେ ୧୧୨ ଉଦ୍ୟୋଗୀ ଚିହ୍ନଟ !

36

କନକ ବ୍ୟୁରୋ : ଓଡ଼ିଶା ଷ୍ଟାର୍ଟଅପ୍‌ କାର୍ୟ୍ୟକ୍ରମ ମାଧ୍ୟମରେ ରାଜ୍ୟରେ ବିଭିନ୍ନ କ୍ଷେତ୍ରର ୧୧୨ ଷ୍ଟାର୍ଟଅପ୍‌କୁ ଚିହ୍ନଟ କରାଯାଇଛି । ଏମଏସଏମଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏଲ୍‌.ଏନ୍‌. ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତୃତୀୟ ଟାସ୍କଫୋର୍ସ ବୈଠକରୁ ଏହା ଜଣାଯାଇଛି । ଏତଦ୍‌ବ୍ୟତୀତ ଆଉ ୧୯ଟି ଷ୍ଟାର୍ଟଅପ୍‌ ଆବେଦନକୁ ସ୍ୱୀକୃତି ପ୍ରଦାନ ପ୍ରକ୍ରିୟା ଜାରି ରହିଛି ବୋଲି ଏହି ଅବସରରେ ଆଇଇଡିର ସିଇଓ ସମରେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ୭ ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟଅପ୍‌କୁ ମାସିକ ୨୦ ହଜାର ଟଙ୍କା ଲେଖାଏଁ ଭତ୍ତା ପ୍ରଦାନକୁ ଟାସ୍କଫୋର୍ସ ମଞ୍ଜୁରି ଦେଇଛି । ଫଳରେ ଓଡ଼ିଶା ଷ୍ଟାର୍ଟଅପ୍‌ କା~ýðକ୍ରମ ଅଧୀନରେ ଭତ୍ତା ପାଇବାକୁ ଥିବା ଷ୍ଟାର୍ଟଅପ୍‌ଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି । ଆଜିର ବୈଠକରେ ଗୋଟିଏ ଷ୍ଟାର୍ଟଅପ୍‌କୁ ୪ ଲକ୍ଷ ଟଙ୍କାର ସହାୟତା ମଞ୍ଜୁର କରାଯାଇଛି ।

ଏତଦ୍‌ ବ୍ୟତୀତ ଅନ୍ୟ କେତୋଟି ଷ୍ଟାର୍ଟଅପ୍‌ ଉଦ୍ୟୋଗକୁ ବିଭିନ୍ନ ପ୍ରକାର ସହାୟତା ଦେବା ଲାଗି ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ୱର ଆଞ୍ଜେଲ ନେଟଓ୍ଵାର୍କ ଗଠନ ନେଇ ବୈଠକରେ ଆଲୋଚନା ହୋଇଥିଲା । ଇନ୍‌ଭେଷ୍ଟ ଇଣ୍ଡିଆର ଆକାଂକ୍ଷା କପୁର ଯୋଗଦେଇ ଆମାଜନ ୱେବ୍‌ ସର୍ଭିସ ପକ୍ଷରୁ ଓଡ଼ିଶା ଷ୍ଟାର୍ଟଅପ୍‌ ଉଦ୍ୟୋଗୀଙ୍କୁ ୧ ହଜାର ଡଲାରର କ୍ଲାଉଡ କ୍ରେଡିଟ୍‌ ପ୍ରଦାନ ଲାଗି ନିଷ୍ପତ୍ତି ନେଇଥିବା ବିଷୟ ସୂଚନା ଦେଇଥିଲେ । ସେହିଭଳି ଜୋହୋ ମଧ୍ୟ ଓଡ଼ିଶା ଷ୍ଟାର୍ଟଅପ୍‌କୁ ସହାୟତା ଦେବ ବୋଲି ସେ ସୂଚନା ଦେଇଥିଲେ । ଆଜିର ବୈଠକରେ ଦକ୍ଷତା ବିକାଶ ଏବଂ ତାଲିମ ଓ ନିଯୁକ୍ତି ବିଭାଗର ସଚିବ ସଞ୍ଜୟ କୁମାର ସିଂହ, ମିଲ୍କ ମନ୍ତ୍ରାର ସିଇଓ ଶ୍ରୀକୁମାର ମିଶ୍ର, ଆଇଆଇଟି ଭୁବନେଶ୍ୱରର ପ୍ରଫେସର ଅଙ୍କୁଶ ଶର୍ମା, ଟାଏ ଭୁବନେଶ୍ୱରର ସଭାପତି ରାଜୀବ ସାହୁ, ୟୁସିସିଆଇ ସଭାପତି ରମେଶ ମହାପାତ୍ର, ଏନଆଇଟି ରାଉରକେଲା, ଏଫ୍‌ଟିବିଆଇ ମ୍ୟାନେଜର ଡ. ରୋହିଣୀ ଶର୍ମା, ଆଇଏମଏମଟି, ଭୁବନେଶ୍ୱରର ଡ. ଏସ. ଏମ୍‌ . ମୁସ୍ତାକିମ୍‌, ଏମ୍‌ଏସ୍‌ଏମ୍‌ଇ ବିଭାଗର ଅତିରିକ୍ତ ସଚିବ ବି. ବି. ବେହେରା, ଶିଳ୍ପ ନିର୍ଦେଶକ ନିରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।