ମାଟି ତଳୁ ମହାଦେବ! ସଡକ ପୁନଃନିର୍ମାଣ ପାଇଁ ଖୋଳା ଚାଲିଥିବା ସମୟରେ ମାଟି ତଳୁ ଏମିତି କିଛି ବାହାରିଲା ଯାହା ଲୋକଙ୍କ ମଧ୍ୟରେ କୌତୁହଳ ବଢାଇଦେଲା ।

180

ମହାରାଷ୍ଟ୍ର ବିଡ ଜିଲ୍ଲାର ଅମ୍ବେଜୋଗେଇଠାରେ ଏକ ସଡକର ପୁନଃନିର୍ମାଣ ପାଇଁ ମାଟି ଖୋଳା ଚାଲିଥିବା ସମୟରେ ମାଟି ତଳୁ ଏକ ଦୁର୍ଲଭ ମୂର୍ତ୍ତି ଆବିର୍ଭାବ ହେଲା । ଆଶ୍ଚର୍ଯ୍ୟର କଥା ଏହି କି ଯେ ମୂର୍ତ୍ତି ବାହାରିବା କିଛି ସମୟ ପରେ ଏକ କଳାନାଗ ୩ ଘଣ୍ଟା ଧରି ମୂର୍ତ୍ତି ପାଖରେ ଘୁରି ବୁଲିଲା । କିଛି ସମୟ ମଧ୍ୟରେ ମାଟି ତଳୁ ଏକ ଦୁର୍ଲଭ ମୂର୍ତ୍ତି ମିଳିବା ଏବଂ ମୂର୍ତ୍ତି ପାଖରେ କଳାନାଗର ଉପସ୍ଥିତି ଖବର ଗାଁ ସାରା ନିଆଁ ଭଳି ବ୍ୟାପିଗଲା । କେହି କିଛି ବୁଝିବା ପୂର୍ବରୁ ଉକ୍ତ ସ୍ଥାନରେ ଗ୍ରାମବାସୀଙ୍କ ଗହଳି ଦେଖିବାକୁ ମିଳିଲା । ପୁରାତନ ବିଷୟ ଉପରେ ଗବେଷଣା କରୁଥିବା ଡେକ୍କନ କଲେଜର ପ୍ରଫେସର ଡ.ସିନେ୍ଧଙ୍କ ମତରେ ଏହି ମୂର୍ତ୍ତି ପ୍ରାଚୀନ କାଳର ସୂର୍ଯ୍ୟଦେବଙ୍କ ମୂର୍ତ୍ତି ଅଟେ ଯାହା ୧୧ ଶତାବ୍ଦୀରେ ଯାଦବ ବଂଶଙ୍କ ସମୟରେ ଦେଖିବାକୁ ମିଳୁଥିଲା । ଏହା ପୂର୍ବରୁ ମଧ୍ୟ ଏହିଭଳି ମୂର୍ତ୍ତି ଏଠାରେ ମିଳିଛି କିନ୍ତୁ ଏହା ପ୍ରଥମ ଘଟଣା ଯେଉଁଥିରେ ସୂର୍ଯ୍ୟଦେବଙ୍କ ସହ ନାଗଦେବଙ୍କର ଉପସ୍ଥିତି ରହିଥିଲା । ସୁଚନାନୁସାରେ ମୂର୍ତ୍ତିର ଅଧାଭାଗ ହିଁ ଏ ପର୍ଯ୍ୟନ୍ତ ମିଳିଥିବା ବେଳେ ଆଉ ଅର୍ଦ୍ଧେକ ଭାଗକୁ ଖୋଜିବା ପାଇଁ ଗ୍ରାମବାସୀ ଲାଗି ପଡିଛନ୍ତି । ବତ୍ତମାନ ଏହି ଦୁର୍ଲଭ ମୂର୍ତ୍ତିକୁ ଦେଖିବା ସକାଶେ ଲୋକଙ୍କ ଭିଡ ବଢିବାକୁ ଲାଗିଛି । ଲୋକ ଏଠାକୁ ଆସି ପୂଜାର୍ଚ୍ଚନା ମଧ୍ୟ କରୁଛନ୍ତି । ଗାଁ ଲେକଙ୍କ ମତରେ ଭାରତୀୟ ପୁରାତତ୍ତ୍ୱ ବିଭାଗ ଏହି ସ୍ଥାନକୁ ସିଲ୍ କରି ମୂର୍ତ୍ତିର ଅର୍ଦ୍ଧେକ ଅଂଶକୁ ଖୋଜି ବାହାର କରୁ ।