ଗ୍ରୀଷ୍ମଦିନେ ଅତ୍ୟଧିକ କାକୁଡ଼ି ଖାଇବା ଶରୀର ପ୍ରତି ଲାଭ ଆଣିଥାଏ ନା କ୍ଷତି ? ଜାଣନ୍ତୁ ।

591

ଖରାଦିନ ଆସିବା ମାତ୍ରେ ବଜାରରେ କାକୁଡି ଏବଂ ତରଭୂଜର ବିକ୍ରି ବଢ଼ିବା ଆରମ୍ଭ ହୋଇଥାଏ । ଶରୀରରେ ଜଳୀୟଅଂଶ ଠିକ୍ ରଖିବା ପାଇଁ ଲୋକମାନେ ଖରାଦିନେ ଏହାକୁ ଅଧିକ ମାତ୍ରରେ ଖାଇଥାନ୍ତି । କିନ୍ତୁ ଅଧିକ କାକୁଡ଼ି ଖାଇବା ଦ୍ୱାରା ଶରୀରକୁ ଫାଇଦା ମିଳିବା ପରିବର୍ତ୍ତେ କ୍ଷତି ପହଞ୍ଚାଇଥାଏ । ଆସନ୍ତୁ ଜାଣିବା ସେ ବିଷୟରେ…

୧. କାକୁଡ଼ିରେ କୁକୁରବିଟିନେସ୍ ନାମକ ବିଷାକ୍ତ ପଦାର୍ଥ ରହିଥାଏ । ଆପଣ ଯେତେ ଅଧିକ କାକୁଡ଼ି ଖାଇବା ଆରମ୍ଭ କରିବେ, ସେତେ ପରିମାଣରେ ଏହି ବିଷାକ୍ତ ପଦାର୍ଥ ଆପଣଙ୍କ ଶରୀରକୁ ପ୍ରବେଶ କରିବ । ଯାହାଦ୍ୱାରା ଆପଣଙ୍କ ଲିଭର, କିଡନୀ ଏବଂ ମୁତ୍ରାଶୟ ସମତେ ଶରୀରର ଅନ୍ୟ ଅଙ୍ଗରେ ଛାଲ ପଡ଼ିବା ଭଳି ସମସ୍ୟା ଦେଖାଯିବ ।

୨. ଯଦି ଆପଣଙ୍କର ଶ୍ୱାସ ସମ୍ବନ୍ଧିତ ସମସ୍ୟା ରହିଛି, ତେବେ ଅଧିକ କାକୁଡ଼ି ଖାଆନ୍ତୁ ନାହିଁ । ଖାସ୍ କରି ରାତି ସମୟରେ ଏହାକୁ ଖାଇବା ବନ୍ଦ କରନ୍ତୁ ।

୩. ଅଧିକ କାକୁଡ଼ି ଖାଇବା ଦ୍ୱାରା ଆପଣଙ୍କୁ ପେଟ ଭରି ରହିବା ଭଳି ରହିବା ଭଳି ଅନୁଭବ ହେବ । କାକୁଡ଼ିରେ ଫାଇବର ମାତ୍ରା ଅଧିକ ରହିଥାଏ । ଯାହାକୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ ।

୪. କାକୁଡ଼ିରେ ଭିଟାମିନ୍ ସି ରହିଥାଏ । ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ । କିନ୍ତୁ ଏହାକୁ ଅଧିକ ଖାଇବା ଦ୍ୱାରା ଶରୀରରେ ଫ୍ରି-ରାଡିକାଲ ବଢ଼ି ଯାଇଥାଏ । ଯାହାଦ୍ୱାରା କର୍କଟ ରୋଗ, ମୁହଁରେ ଦାଗ ଏବଂ ବୟସ ପୂର୍ବରୁ ବୃଦ୍ଧ ଦିଶିବା ଭଳି ସମସ୍ୟା ଦେଖା ଯାଇଥାଏ ।