ଆମ୍ବୁଲାନ୍ସ ନେଲା ଜୀବନ ! ଆମ୍ବୁଲାନ୍ସ ଭିତରେ ୧ ଘଣ୍ଟା ଫସି ୨ ବର୍ଷର ଶିଶୁ ହାରିଲା ଜୀବନ ।

58

ଆଜ୍ଞା ହଁ ! ଶୁଣିବାକୁ ଅସହଜ ଲାଗୁଥିଲେ ମଧ୍ୟ କଥାଟି ସତ । ଜୀବନ ବଞ୍ଚାଉଥିବା ବାହନ ଯେତେବେଳେ ଜୀବନ ଘାତକ ସାଜେ ସେତେବେଳେ ଏହି ସେବାେ ଉପରୁ ଭରଷା ହିଁ ଉଠିଯାଏ । ଜୀବନ ସଂକଟାପର୍ଣ୍ଣ ହେଲେ ଲୋକ ସଂପର୍କୀୟଙ୍କୁ ବଞ୍ଚାଇବା ପାଇଁ ଆମ୍ବୁଲାନ୍ସର ସହାୟତା ନେଇଥାନ୍ତି । କିନ୍ତୁ ଏହି ଆମ୍ବୁଲାନ୍ସ ସମସ୍ୟାକୁ ସୁଧାରିବା ପରିବର୍ତ୍ତେ ଏହାକୁ ବିଗାଡିଦିଏ ତେବେ ଏଭଳି ପରିସ୍ଥିତିକୁ ଆପଣ କ’ଣ କହିବେ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଛତିଶଗଡରେ ।

ଅମ୍ବିକା କୁମାର ନାମକ ଜଣେ ବ୍ୟକ୍ତି ନିଜ ୨ ବର୍ଷୀୟ ଝିଅ ଆନାର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ନେଇ ରାୟପୁର ଡାକ୍ତରଖାନା ଯ୭ିବାକୁ ମନସ୍ତ କରି ସରକାରୀ ଆମ୍ବୁଲାନ୍ସକୁ ଡାକିଥିଲେ । ଝିଅକୁ ଆମ୍ବୁଲାନ୍ସରେ ଡାକ୍ତରଖାନା ମଧ୍ୟ ନିଆଗଲା ଏବଂ ଆମ୍ବୁଲାନ୍ସ ଭିତରେ ପ୍ରାଥମିକ ଚିକିତ୍ସା କରାଗଲା । କିନ୍ତୁ ଦୁର୍ଭାଗ୍ୟର କଥା ଡାକ୍ତରଖାନା ପହଞ୍ଚିବା ପରେ ଆମ୍ବୁଲାନ୍ସର କବାଟ ଖୋଲିନଥିଲା । ବହୁ ଚେଷ୍ଟା ପରେ ମଧ୍ୟ କବାଟ ନ ଖୋଲିବାରୁ ଅମ୍ବିକା କବାଟ ଭାଙ୍ଗିଦେବାକୁ ଡ୍ରାଇଭରଙ୍କୁ ନେହୁରା ହୋଇଥିଲେ । ଝିଅ ପାଖରେ ଅମ୍ଲଜାନ ନଳୀ ଲାଗିଥିବାରୁ ତାକୁ ଗାଡିର ପୂର୍ବ ପଟେ ନେବା ମଧ୍ୟ କ୍ଷତିକାରକ ଥିଲା । ସରକାରୀ ଗାଡି ଥିବାରୁ ଡ୍ରାଇଭର୍ କବାଟ ଭାଙ୍ଗିବାକୁ ମଧ୍ୟ ଅମଙ୍ଗ ହେଲେ । ବହୁ କଷ୍ଟରେ ଯେତେବେଳେ ଆନାକୁ ଆମ୍ବୁଲାନ୍ସ ଭିତରୁ ବାହାରକୁ ଅଣାଗଲା,ସେତେବେଳେ ବହୁତ ବିଳମ୍ବ ହୋଇଯାଇଥିଲା । ଛୋଟ ଝିଅଟି ଖୁବ୍ କମ୍ ସମୟ ବଞ୍ଚି ଚିରଦିନ ପାଇଁ ଆଖି ବୁଜିଦେଲା । ଏ ବାବଦରେ ହସ୍ପିଟାଲ କର୍ମଚାରୀ ଏବଂ ମ୍ୟାନେଜମେଣ୍ଟକୁ ପଚାରିବା ପରେ ସେମାନେ ଉକ୍ତ ପରିସ୍ଥିତିରେ ଘର ଲୋକଙ୍କ ଭୁଲ୍ କହି ଫାଙ୍କିଥିଲେ ।