ଆର୍ଥିକ ଅପରାଧି ବିଧେୟକ ବିଲରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ : ଆଉ ଖସି ଯାଇପାରିବେ ନାହିଁ ଋଣ ଖିଲାପକାରି

29

କନକ ବ୍ୟୁରୋ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭଗୋଡା ଆର୍ଥିକ ଅପରାଧି ବିଧେୟକ ବିଲକୁ ମଜୁଂର କରିଥିବା ଜଣାପଡିଛି । ତେବେ ଏହି ଆଇନ ଆସିବାପରେ କୈାଣସି ଅପରାଧୀ ଯେପରି ଦେଶର ବ୍ୟାଙ୍କରୁ ଋଣ ନେଇ ବିଦେଶକୁ ପଳାଉଛନ୍ତି ଏହି ଆଇନ ଦେଶରେ ଲାଗୁ ହେଲେ ସେପରି ଆଉ କେହି ଯ୍ଧବ ପାରିବେ ନାହିଁ ବୋଲି ଜଣାପଡିଛି । ଏହି ଆଇନ କେବଳ ଯେଉଁମାନେ ୧୦୦ କୋଟି କିମ୍ବା ତାହାଠାରୁ ଅଧିକ ଟଙ୍କା ଲାଞ୍ଚ ନେଇଥିବେ ସେମାନଙ୍କ ପାଇଁ କାର୍ଯ୍ୟକାରୀ ହେବ ବୋଲି ଜଣାପଡିଛି । ତେବେ ଏହି ଆଇନ ଲାଗିବା ଦ୍ୱାରା ଦେଶରୁ ବାହାରକୁ ଯିବା କଷ୍ଟସାଧ୍ୟ ହେବ । ଏହି ଆଇନ ବିଜୟ ମାଲ୍ୟା ଓ ନୀରବ ମୋଦି ଭଳି ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ।

 

ଆଜିକାଲି ଯେଉଁଭଳି ଭାବରେ ଦେଶରୁ ଲୋନ ନେଇ ବିଦେଶ ପଳାଉଛନ୍ତି ତାହା ଆଉ ହୋଇ ପାରିବ ନାହିଁ । ମାଲ୍ୟା ଓ ନୀରବ ଯେଉଁଭଳି ଭାବରେ ଭାରତରୁ ଟଙ୍କାନ ନେଇ ବିଦେଶ ପଳାଇଛନ୍ତି ସେଥିରେ ଦେଶର ବ୍ୟାଙ୍କ ଗୁଡିକ ଅନେକ କ୍ଷତି ସହିଛନ୍ତି । ବର୍ତ୍ତମାନ ସମୟରେ ଉଭୟ ଦେଶ ଛାଡି ଚାଲିଯାଇଛନ୍ତି । ତେବେ ଉଭୟଙ୍କୁ କେନ୍ଦ୍ର ଯାଞ୍ଚ ବ୍ୟୁରୋ (ସିବିଆଇ) କରୁଛି । ତେବେ ଏପରି ଯେଉଁମାନେ କରିଛନ୍ତି ସେମାନଙ୍କ ସମ୍ପତ୍ତି ବ୍ୟାଜାପ୍ତି କରିବାରେ ଏହି ନୂଆ ଆଇନ ସହାୟତ ହେବ । ଯେଉଁ ବ୍ୟକ୍ତିମାନେ ବ୍ୟାଙ୍କରୁ ଋମ ଆଣୁଛନ୍ତି ସେମାନେ ସଠିକ ସମୟରେ ତାଙ୍କର ଟଙ୍କା ଫେରାଇବାର ଆବଶ୍ୟକତା ରହିଛି । ଏହି ଆଇନ ରାଜ୍ୟସଭାରେ ୨୦୧୮ ମସିହା ୨୫ ଜୁଲାଇରେ ପାସ ହୋଇଥିଲା ଏବଂ ଲୋକସଭାରେ ଜୁଲାଇ ୧୯ ତାରିଖରେ ଏହାକୁ ପାସ କରାଯାଇଥିଲା । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବର୍ତ୍ତମାନ ସମୟରେ ଅର୍ଥ ମନ୍ତ୍ରଣାଳୟ ଦାୟିତ୍ୱରେ ଥିବା ପୀୟୁଷ ଗୋଏଲ ଗୃହରେ କହିଥିଲେ ଯେ, ଆମ ଦେଶରୁ ଅନେକ ଲୋକ ଋଣ ନେଇ ବିଦେଶ ପଳାଉଛନ୍ତି । ତେଣୁ ଆମ ଦେଶର ଆର୍ଥିକ ଅବସ୍ଥା ଖରାପ ହେଉଛି ତେଣୁ ଏପରି ଆଇନ ବଳରେ ଦେଶରୁ ଋଣ ନେଇ ଖସିଯାଇପାରିବେ ନାହିଁ ବୋଲି ଶ୍ରୀ ଗୋଏଲ କହିଥିଲେ ।