ଦୁଇଟି ମାଆର କାହାଣୀ : ଜଣେ ନୂଆ ଜୀବନ ଦେଇଛି ଆଉ ଜଣେ ଜୀବନ ନେଇଛି

34

ନୂଆପଡାରେ ନିଜ ତିନି ପିଲାଙ୍କୁ ମାରିଦେଲା ମାଆ । କିଛିଦିନ ତଳେ ସମ୍ବଲପୁର ଜିଲ୍ଲାରୁ ଆସିଥିଲା ସମାନ ଖବର। ଭୁବନେଶ୍ୱରରେ ମଧ୍ୟ ନିଜ ଜନ୍ମ କଲା ପିଲାକୁ ମାରିବାକୁ ଉଦ୍ୟମ କରିଥିଲା ମାଆ। କେଉଁଠି ପାରିବାରିକ କଳହ ପୁଣି କେଉଁଠି ନିଜ ଇଜ୍ଜତର ପରିଚୟ ବଂଚାଇବାକୁ ମାଆ ଏଭଳି ପଦକ୍ଷେପ ନେଉଛି।

କିନ୍ତୁ ଏହା ଭିତରେ କଟକ ବଡ ମେଡିକାଲର ସର୍ଜରୀ ବିଭାଗରୁ ଆସିଛି ଏକ ଖୁସି ଖବର । ଏ ଏମିତି ଏକ ମା’ର କାହାଣୀ, ଯାହାଙ୍କ ତ୍ୟାଗ ପାଇଁ କଟକ ବଡ ମେଡିକାଲରେ ସୃଷ୍ଟି କରିଛି ଇତିହାସ । ଦିନେ ସେ ଜୀବନ ଦେଇଥିଲା । ଆଜି ସେ ଚର୍ମ ଦେଇଛି । ଦିନେ ସେ ନିଜ ଗର୍ଭରେ ଚର୍ମ ଦେବା ପୂର୍ବରୁ ଝିଅ ଦିବ୍ୟାଂଶିକୁ ଜୀବନ ଦେଇଥିଲା । ହେଲେ ଆଜି ଚର୍ମ ଦେଇ ତାକୁ ବଂଚିବାର ବାଟ ଦେଖାଇଛି । କାରଣ ସେ ବୁଝି ସାରିଛି ଏ ବିରାଟ ସଂସାରରେ ଚର୍ମର ସୁରକ୍ଷା ବଳୟ ବିନା ତାଙ୍କ ଝିଅ ବଂଚି ପାରିବ ନାହିଁ । ତେଣୁ ସେ ନିଜକୁ ରୋକି ପାରିନି । ଏ ହେଉଛି ସେହି ମା’ର କାହାଣୀ, ଯାହାଙ୍କ ତ୍ୟାଗ ଦେଖିଛି ସାରା ସଂସାର । ଆଉ ୫ ବର୍ଷର ଶିଶୁ ଦେହରେ ଚର୍ମ ପ୍ରତ୍ୟାରୋପଣଳୁ ମିଳିଛି ସଫଳତା ।

ଦୁଇ ମାସ ତଳେ ତୁଳସୀ ଚଉରା ମୂଳେ ଖେଳୁ ଖେଳୁ , ଦୀପ ନିଆଁ ଲାଗି ଯାଇଥିଲା ଦିବ୍ୟାଂଶିର ଦେହରେ । ଚାହୁଁ ଚାହୁଁ ପୋଡିଗଲା ଦିବ୍ୟାଂଶିର ଶରୀର । ପ୍ରାୟ ୭୦ ପ୍ରତିଶତ ଜଳି ଯିବା ପରେ ସଂକଟାପନ୍ନ ଅବସ୍ଥାରେ ଭର୍ତି ହୋଇଥିଲା ମେଡିକାଲରେ । ଚିକିତ୍ସା ପରେ ଧିରେ ଧିରେ ସୁସ୍ଥ ହେଲା । ହେଲେ ସମସ୍ତେ ଭାବିଥିଲେ ଜୀବନ ମୃତ୍ୟୁ ଡାରୁ ଆହୁରି ଭୟଙ୍କର ହୋଇଯିବ । ହେଲେ ମାଆ କିନ୍ତୁ ଯିଦ ଧରିଥିଲେ ଝିଅକୁ ନିଜ ତ୍ୱଚାରେ ଘୋଡାଇ ରଖିବାକୁ ।

ଓଡିଶା ଚିକିତ୍ସା ଇତିହାସରେ ଇତିହାସ ସୃଷ୍ଟି କରିଛି । ଆଉ ଏହା ସହ ମାଆର ତ୍ୟାଗ କାହାଣୀକୁ ଆହୁରୀ ମହିୟାନ ବି କରିଛି ।