ଇଚ୍ଛା ଶକ୍ତି ଆଗରେ ହାର ମାନିଲା ଅଭାବ ଅନଟନ ! ଯୁକ୍ତ ୨ରେ ସଫଳତାର ଶୀର୍ଷ ଛୁଇଁଲେ ଅଭାବୀ ଘରର ଝିଅ

85

ସବୁ ପ୍ରତିକୂଳ ପରିସ୍ଥିତିକୁ ପଛରେ ପକାଇ ନିଜ ଉଦ୍ୟମରେ ସଫଳତାର ଶୀର୍ଷକୁ ଉଠିଛନ୍ତି ଗରିବ ଘରର ସୁନା ଝିଅ । ଦାରିଦ୍ର୍ୟ, ସେମାନଙ୍କୁ ଲକ୍ଷ୍ୟସ୍ଥଳରୁ ବିଚ୍ୟୁତ କରିପାରିନାହିଁ । ନିଷ୍ଠା ଓ ସାଧନା ବଳରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ କୃତିତ୍ୱ ଯୋଗୁଁ ସମ୍ବାଦ ପକ୍ଷରୁ ସେମୋନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

Rosniରୋଶନି ବେହେରା । ଭୁବନେଶ୍ୱର ବିଜେବି ଜୁନିୟର କଲେଜର ପ୍ଲସ ଟୁ ଛାତ୍ରୀ । ଦୂଢ ଇଛା ଶକ୍ତି କିପରି ଅସମ୍ବବକୁ ସମ୍ଭବ କରିପାରେ, ପ୍ରମାଣ କରିଛନ୍ତି ରୋଶନି । ସେ ପ୍ରମାଣିତ କରିଛନ୍ତି, ଅଭାବ ଅନାଟନ ଲକ୍ଷ୍ୟପଥରେ ପହଂଚିବା ପାଇଁ ତାଙ୍କୁ ରୋକି ପାରିବ ନାହିଁ । ବାପା ତାଙ୍କର ଟ୍ରେଲର କାମ କରି ଘର ଚଳାନ୍ତି । ବାପା ମା ଓ ଭାଇଙ୍କୁ ନେଇ ତାଙ୍କର ଛୋଟିଆ ସଂସାର । ପିଲାବେଳୁ ବହୁତ କଷ୍ଟରେ ପାଠ ପଢିଛନ୍ତି ରୋଶନି । ନା ଟିଉସନ୍ ନା ପାଠପଢିବା ପାଇଁ ପାଇଛନ୍ତି ସ୍ୱତନ୍ତ୍ର ସହଯୋଗ । ନିଜର ନିଷ୍ଠା ଓ ସାଧନା ବଳରେ ଯୁକ୍ତ ଦୁଇ ବିଜ୍ଞାନରେ ରଖିଛନ୍ତି ୯୨% ମାର୍କ । ଏହି ସଫଳତା ପାଇଁ ସମ୍ବାଦ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଛନ୍ତି ରୋଶନି । ତାଙ୍କ ସଫଳତା ପଛରେ ବାପା ମା ଙ୍କୁ ଶ୍ରେୟ ଦେଇଛନ୍ତି ସେ ।

maniniସେହିପରି ଆଉ ଜଣେ ସୁନାଝିଅ ହେଉଛନ୍ତି ମାନିନୀ ପ୍ରିୟଦର୍ଶନୀ ଦାଶ । ଘର ଭଦ୍ରକ ଅଚଂଳରେ । ଯୁକ୍ତ ଦୁଇ ବିଜ୍ଞାନରେ ୮୫ ପତିଶତ ନମ୍ବର ରଖିଛନ୍ତି ମାନିନୀ । ଘରର ଆଥିକ ସ୍ଥିତି ଶୋଚନୀୟ । ବାପା ପାରାଲିସିସ୍ ରୋଗରେ ପୀଡିତ ହୋଇ ଚିକିସ୍ଥିତ ହେଉଛନ୍ତି । ମାଆ ଟିଉସନ କରି ଘର ଚଳାନ୍ତି । ଅଭାବ ଅନଟନ ଭିତରେ ବି ମାନିନୀଙ୍କୁ ପଛରେ ପକାଇ ଦେଇନାହିଁ । ପ୍ଲସ ଟୁରେ ସଫଳତା ପାଇବା ପରେ ଡାକ୍ତର ହେବା ପାଇଁ ଇଛା କରିଛନ୍ତି ମାନିନୀ ।

ତାଙ୍କ ବାପାଙ୍କ ପରି ଅନେକ ଗରିବ ଲୋକଙ୍କୁ ସେବା ଦେବା ତାଙ୍କ ଜୀବନର ଲକ୍ଷ୍ୟ ବୋଲି କହିଛନ୍ତି ସେ । ମାନିନୀଙ୍କୁ ମଧ୍ୟ ସମ୍ବାଦ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଦୁଇ ସୁନା ଝିଅଙ୍କ ସୁନେଲୀ ଭବିଷ୍ୟତ ପାଇଁ ଓଜାଡି ହୋଇପଡିଛି ଣୁଭକାମନା ।