୬ ଆତଙ୍କବାଦୀଙ୍କୁ ମାରି ଏହି ମେଜର ଦେଇଥିଲେ ସର୍ବୋଚ୍ଚ ବଳିଦାନ : ଆସନ୍ତୁ ଜାଣିବା ଭାରତୀୟ ସେନାର ମେଜର ରାମସ୍ୱାମୀ ପରମେଶ୍ୱରଙ୍କ ବୀରତ୍ୱ ଗାଥା

37

ଶାନ୍ତିଦୂତ ଭାବେ ଶ୍ରୀଲଙ୍କା ରେ ମୁତୟନ ଥିବା ମେଜର ରାମସ୍ୱାମୀ ପରମେଶ୍ୱରନ ୨୫ ନଭେମ୍ବର ୧୯୮୭ରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ମୁକାବିଲାରେ ସହିଦ ହୋଇଥିଲେ । ତାଙ୍କର ଏହି ବଳିଦାନକୁ ସମ୍ମାନ ଜଣାଇ ଭାରତୀୟ ସେନାର ସର୍ବୋଚ୍ଚ ବୀରତା ପୁରସ୍କାର ପରମବୀର ଚକ୍ର ଦ୍ୱାରା ସମ୍ମାନିତ କରାଯାଇଥିଲା ।

ମେଜର ରାମସ୍ୱାମୀଙ୍କ ଜନ୍ମ ୧୩ ସେପ୍ଟେମ୍ବର ୧୯୪୬ରେ ମୁମ୍ବାଇରେ ହୋଇଥିଲା । ତାଙ୍କର ସୈନ୍ୟ ଜୀବନର ଆରମ୍ଭ ୧୬ ଜାନୁୟାରୀ ୧୯୭୨ରେ ମହାର ରେଜିମେଣ୍ଟରୁ ହୋଇଥିଲା । ତାଙ୍କ ସାଥୀଙ୍କ ମଧ୍ୟରେ ‘ପେରୀ ସାହାବ’ ନାମରେ ପ୍ରସିଦ୍ଧ ମେଜର ରାମସ୍ୱାମୀ ମିଜୋରାମ ତଥା ତ୍ରିପୁରାରେ ହୋଇଥିବା ଯୁଦ୍ଧ ସମୟରେ ନିଜର ଯୁଦ୍ଧ କୈାଶଳ ଓ ଅଦମ୍ୟ ସାହସର ଅଦ୍ଭୁତପୂର୍ବ ପରିଚୟ ଦେଇଥିଲେ । ଏକ ଚୁକ୍ତି ଅଧିନରେ ଭାରତୀୟ ସେନାକୁ ଶାନ୍ତି ସ୍ଥାପନ କରିବା ପାଇଁ ଶ୍ରୀଲଙ୍କା ପଠାଇବାର ନିଷ୍ପତ୍ତି ହୋଇଥିଲା ।

 

ଏହି ନିଷ୍ପତ୍ତି ଅନୁଯାୟୀ ଶାନ୍ତି ସେନା ଭାବେ ୮ ମହାର ବଟାଲିୟନ ମଧ୍ୟରେ ମେଜର ରାମସ୍ୱାମୀ ପରମେଶ୍ୱରନ ବି ଶ୍ରୀଲଙ୍କା ପହଂଚିଥିଲେ । ମେଜର ରାମସ୍ୱାମୀଙ୍କ ସହ ୯୧ ଇଂଫେଣ୍ଟରୀ ବ୍ରିଗେଡ ତଥା ୫୪ ଇଂଫେଣ୍ଟରୀ ଡିଭିଜନକୁ ବି ଆଇନ ବ୍ୟବସ୍ଥା ବଜାୟ ରଖିବା ପାଇଁ ଶ୍ରୀଲଙ୍କା ପଠାଯାଇଥିଲା । ଶାନ୍ତି ସେନା ଭାବେ ଶ୍ରୀଲଙ୍କାରେ ଭାରତୀୟ ସେନା ଦ୍ୱାରା କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ‘ଅପରେସନ୍ ପବନ’ ର ନାମ ଦିଆଯାଇଥିଲା । ୨୪ ନଭେମ୍ବର ୧୯୮୭ରେ ଜାଫନା ପେନିନସୁଲାରେ ନିଯୁକ୍ତ ଥିବା ଭାରତୀୟ ସେନାର ଟାଇଗର୍ସ ଅଫ୍ ତାମିଲ ଇଲମ୍(ଏଲଟିଟିଇ) ସହ କେତେ ଥର ସିଧା ମୁକାବିଲା ହୋଇଥିଲା ।

ସର୍ଚ୍ଚ ଅପରେସନ୍ ବେଳେ ଏକ ମନ୍ଦିର ବଗିଚାରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ଗୁଳିମାଡରେ ଆହତ ହେବାପରେ ମଧ୍ୟ ନିଜର ଟିମକୁ ମାର୍ଗଦର୍ଶନ ଦେଇ ଆତଙ୍କବାଦୀଙ୍କ ସହ ଲଢ଼ିବା ଜାରି ରଖିଥିଲେ । ଓ ଶେଷରେ ନିଜ ଜୀବନ ହାରିଥିଲେ । ଏନକାଉଣ୍ଟର ସମୟରେ ଭାରତୀୟ ସେନା ୬ ଜଣ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହେଲେ । ଘଟଣାସ୍ଥଳରୁ ସେନା ୩ଟି ଏକେ ୪୭ ରାଇଫଲ, ୨ ଗ୍ରେନେଡ ଲଂଚର ସହିତ ବହୁଳ ପରିମାଣରେ ଗୋଳାବାରୁଦ ଜବତ କଲେ । ଏହି ଯୁଦ୍ଧରେ ଅଦମ୍ୟ ସାହସ ଓ ଅଦ୍ଭୁତ ବୀରତାର ପରିଚୟ ଦେଇଥିବା ମେଜର ରାମସ୍ୱାମୀଙ୍କୁ ବୀରତ୍ୱର ସର୍ବୋଚ୍ଚ ପୁରସ୍କାର ପରମବୀର ଚକ୍ର ଦ୍ୱାରା ସମ୍ମାନିତ କରାଯାଇଥିଲା ।